thelifelinemedia
Latest Odisha News, Breaking News Today

ଧରାପଡିଲେ ବ୍ରାଉନସୁଗାର ବେପାରୀ ଓ ଜବତ ହେଳା ଧଳା ଜହର

ଧରାପଡିଲେ ବ୍ରାଉନସୁଗାର ବେପାରୀ ଓ ଜବତ ହେଳା ଧଳା ଜହର। ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୨୦ ହଜାର ଟଙ୍କାର ୧୧ ଗ୍ରାମର ବ୍ରାଉନ ଗାର ଜବତ ହୋଇଛି। ଏନେଇ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ଶ୍ରୀ ମିଶ୍ର କହଛନ୍ତି, ଦୁର୍ଗାଷ୍ଟମୀରେ ବୈଶିଙ୍ଗା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ତଥା ଅନ୍ତଃଜିଲା ଅପରାଧୀଙ୍କ ପ୍ରବେଶକୁ ରୋକିବା ନିମିତ୍ତ ଏସଆଇ ଅନିତା ସ୍ୱାଇଁଙ୍କ ଅଧୀନରେ ଏକ ପୁଲିସ ଟିମ ୧୮ନଂ ଜାତୀୟ ରାଜପଥ ବାଲେଶ୍ୱର-ମୟୁରଭଞ୍ଜ ସୀମା କଳମା ଛକରେ ଗତକାଲି ନାକା ଲଗେଇ ଗାଡିମୋଟର ଚେକିଂ କରୁଥିବା ବେଳେ ତିନି ଜଣ ଦୁର୍ବୁତ୍ତ ଗୋବିନ୍ଦରାୟପୁର ପଟରୁ ବାହାରି ଏକ ବାଇକ ଯୋଗେ ବାରିପଦା ପଟକୁ ଯାଉଥିବାବେଳେ ହଠାତ ପୁଲିସକୁ ଦେଖି ଗାଡି ବୁଲେଇ ଦ୍ରୁତ ଗତିରେ ପଛକୁ ଫେରି ବାଲେଶ୍ୱର ପଟକୁ ପଳେଇ ଯିବାକୁ ଚେଷ୍ଟା କରିଥିଲେ। ପୁଲିସର ସନ୍ଦେହ ଘନୀଭୂତ ହେବାରୁ ସେମାନେ ଉକ୍ତ ବାଇକର ପିଛା କରି ତିନି ଯୁବକଙ୍କୁ କାବୁ କରିଥିଲେ।

Leave A Reply

Your email address will not be published.