thelifelinemedia
Latest Odisha News, Breaking News Today

ବିବାଦରେ ଫିଲ୍ମ ‘ଆଦିପୁରୁଷ’

ବଲିଉଡର ଅପକମିଂ ଫିଲ୍ମ ଆଦିପୁରୁଷକୁ ନେଇ ଛିଡା ହୋଇଛି ବଡ ବିବାଦ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଚରିତ୍ର ଓ ଦୃଶ୍ୟକୁ ଯେଉଁଭଳି ଭାବରେ ଚିତ୍ରଣ କରାଯାଇଛି ତାକୁ ନେଇ ଆରମ୍ଭ ହୋଇଛି ବିରୋଧ ଓ ସମାଲୋଚନା । ବିବାଦ ତେଜିବା ସହ ଫିଲ୍ମର ନିର୍ଦ୍ଦେଶକ ଓମ ରାଉତଙ୍କୁ ମଧ୍ୟ କଡ଼ା ଚେତାବନୀ ଦେଇଛି ହିନ୍ଦୁ ମହାସଭା ସହ ବିଭିନ୍ନ ହିନ୍ଦୁ ହିନ୍ଦୁ ସଂଗଠନ ।

ଫିଲ୍ମର ବିବାଦକୁ ସେତିକି ବେଳେ ଆସିଥିଲା ଯେତେବେଳେ ଏହାର ପ୍ରଥମ ଟିଜର ରିଲିଜ ଫିଲ୍ମର ।ଚଳଚିତ୍ରରେ ଖଳନାୟକ ତଥା ରାବଣ ଭୁମିକାରେ ଅଭିନୟ କରିଛନ୍ତି ଛୋଟା ନବାବ ସୈଫ ଅଲି ଖାନ । ଆଉ ରାବଣ ଚରିତ୍ରକୁ ନେଇ ହିଁ ଉଠିଛି ବିବାଦର ଧୁଆଁ । ରାବଣ ଚରିତ୍ରରେ ସୈଫ ଅଲିଖାନଙ୍କୁ ବହୁତ ଲୋକ ନାପସନ୍ଦ କରୁଥିବା ଦେଖିବାକୁ ମିଳିଛି । ରାବଣ ଚରିତ୍ରକୁ ଭୁଲ ଢଙ୍ଗରେ ଚିତ୍ରଣ କରାଯାଇଥିବା ନେଇ ଅଖିଳ ଭାରତୀୟ ହିନ୍ଦୁ ମହାସଭା ତରଫରୁ କୁହାଯାଇଛି ।

Leave A Reply

Your email address will not be published.