thelifelinemedia
Latest Odisha News, Breaking News Today

ଛାତ୍ରଛାତ୍ରୀଙ୍କୁ ସ୍କୁଲ୍‌ରେ ବନ୍ଦ କରି ପିଟିଲେ ଶିକ୍ଷକ

ରାଞ୍ଚି: ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ନିର୍ଦ୍ଧୁମ ମାଡ଼। ଡାକ୍ତରଖାନାରେ ଭର୍ତ୍ତି ହେଲେ ଛାତ୍ରଛାତ୍ରୀ। ଘଟଣା ଘଟିଛି ଝାରଖଣ୍ଡ ଗୁମ୍ଲାରେ। ଛାତ୍ରଛାତ୍ରୀମାନେ ନାଚିବାକୁ ମନା କରିବାରୁ ତାଙ୍କୁ ଶ୍ରେଣୀ ଗୃହରେ ବନ୍ଦୀ କରି ବାଡ଼ିରେ ନୃଶଂସ ଭାବେ ପିଟିଥିଲେ ଶିକ୍ଷକ। ଏଥିରେ ୧୩ ଜଣ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କୁ ଏକ ସ୍ୱାସ୍ଥ୍ୟ ଟିମ୍ ଚିକିତ୍ସା କରୁଛି।

ଅଭିଯୁକ୍ତ ଯୁବକ ହେଲେ ଗୁମଲା ସେଣ୍ଟ ମାଇକେଲ ସ୍କୁଲ୍‌ର ଶିକ୍ଷକ ବିକାଶ ସିରିଲ୍‌। ଛାତ୍ରଛାତ୍ରୀଙ୍କୁ ନାଚିବାକୁ ନିର୍ଦ୍ଦେଶ ଦେଇଥିଲେ ବିକାଶ। ହେଲେ ଛାତ୍ରଛାତ୍ରୀମାନେ ନାଚିବାକୁ ମନା କରିବା ସହିତ ଏନେଇ ସେମାନେ ସ୍କୁଲ୍‌ର ପ୍ରିନ୍ସପାଲ୍‌ଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ ପ୍ରିନ୍ସପାଲ୍‌ ଅଭିଯୋଗ ଶୁଣିବା ବଦଳରେ ପିଲାମାନଙ୍କୁ ପିଟିବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଏହି ଘଟଣାରେ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଦେଉଛନ୍ତି। ସ୍କୁଲର ଶିକ୍ଷକମାନେ ପଶୁ ଭଳିଆ ବ୍ୟବହାର କରୁଛନ୍ତି ବୋଲି ସେମାନେ ଅବିଯୋଗ କରିବା ସହ ସ୍କୁଲ ବିରୋଧରେ ଫେରାଦ ହୋଇଛନ୍ତି। ଅଭିଭାବକଙ୍କ ଅଭିଯୋଗ ପାଇବା ପରେ ବିଡିଓ ଶିଶିର କୁମାର ସିଂହ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି। ଘଟମା ପ୍ରମାଣତି ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଭିଭାବକଙ୍କୁ ବୁଝାଇଛନ୍ତି ବିଡିଓ।

Leave A Reply

Your email address will not be published.