thelifelinemedia
Latest Odisha News, Breaking News Today

ଲୋକପ୍ରିୟ ୟୁଟ୍ୟୁବର ଅଭିମନ୍ୟୁ ମିଶ୍ରଙ୍କ ପରଲୋକ

ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ୟୁଟ୍ୟୁବର ଅଭିମନ୍ୟୁ ମିଶ୍ରଙ୍କର ପରଲୋକ ହୋଇଛି। ସୋମବାର ଦିନ ମଧ୍ୟପ୍ରଦେଶ ଶୋହାଗପୁର ନରମଦପୁରମ-ପିପରିଆ ରାସ୍ତାରେ ଟ୍ରକ୍‌ ଧକ୍କା ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମଧ୍ୟପ୍ରଦେଶ ସରକାରଙ୍କର ଦ୍ୱାରା ପର୍ଯ୍ୟଟନର ପ୍ରଚାର ପାଇଁ ବାଇକ୍ ରାଲିର ଆୟୋଜିତ କରାଯାଇଥଲା। ଏହି ରାଲିରେ ଯୋଗ ଦେଇଥିଲେ ଅଭିମନ୍ୟୁ ମିଶ୍ର। ସେପ୍ଟେମ୍ବର ୨୧ ତାରିଖରେ ଖଜୁରାହୋ ଠାରୁ ଏହି ରାଲି ଆରମ୍ଭ ହୋଇଥିଲା। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏହି ରାଲି ସରିବାର ଥିଲା। ହେଲେ ତା ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା।

ଅଭିମନ୍ୟୁଙ୍କ ବାଇକ୍‌କୁ ଟ୍ରକ୍ ଧକ୍କା ଦେବା ପରେ ସାଙ୍ଗରେ ବାଇକ୍‌ ରାଲିରେ ଯୋଗ ଦେଇଥିବା ସାଥି ବାଇକର ମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରଥମ ଶୋହାଗପୁର ହେଲ୍ଥ ସେଣ୍ଟର ପରେ ଜିଲ୍ଲା ହସ୍‌ପିଟାଲ୍ ପୁଣି ଆଉ ଏକ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ରାସ୍ତାରେ ଅଭିମନ୍ୟୁଙ୍କର ମୃତ୍ୟୁ ହୋଇଥିଲା।

ଘଟଣାରେ ଶୋହାଗପୁର ଥାନା ପୁଲିସ ଟ୍ରକ୍ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିମନ୍ୟୁ ମିଶ୍ରଙ୍କର Skylord ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି। ତାଙ୍କ ଚ୍ୟାନେଲ୍‌ରେ ୧.୪୯ ମିଲିୟନ ସବ୍ସସ୍କ୍ରାଇବର ଅଛନ୍ତି। ସେହିପରି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ୩୫୩ ସବ୍ସସ୍କ୍ରାଇବର ଅଛନ୍ତି।

Leave A Reply

Your email address will not be published.