thelifelinemedia
Latest Odisha News, Breaking News Today

ଶୀତ ଅଧିବେଶନର ଆରମ୍ଭରୁ ହଟ୍ଟଗୋଳ: ଗୃହ ୪ଟା ଯାଏ ମୁଲତବୀ

ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ବାଚସ୍ପତି ସୁରମା ପାଢ଼ୀ ବିଧାନସଭାର ଅଧିବେଶନରେ ସମସ୍ତଙ୍କୁ ସ୍ବାଗତ କରିଥିଲେ। ବିଧାନସଭାରେ ଦିବଂଗତ ବିଧାୟକ ଓ ସହିଦ ଓ ପ୍ରାକୃତିକ ବିପର୍ଯ୍ୟୟରେ ମୃତକମାନଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଆରମ୍ଭରୁ ବିଧାନସଭାରେ ହୋ ହାଲ୍କା ସ୍ଥିତି।ଓଡ଼ିଶା ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହ କାର୍ଯ୍ୟ ଚାଲିପାରିଲାପାରିନାହିଁ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି । ବାତ୍ୟା ପରିଚାଳନାରେ ସରକାର ଫେଲ୍ ବୋଲି ଅଭିଯୋଗ କରି ବିଜେଡି ନାରାବାଜି କରିଥିଲା। ତେଣେ କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ନାରାବାଜି ଯୋଗୁଁ ପ୍ରଶ୍ନକାଳ ପ୍ରଭାବିତ ହୋଇଛି । ହଙ୍ଗାମା ମଧ୍ୟରେ ମାତ୍ର କିଛି ମିନିଟ୍ ଗୃହ ଚାଲିବା ପରେ ବାଧ୍ୟହୋଇ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।

ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ବାଚସ୍ପତି ସୁରମା ପାଢ଼ୀ ବିଧାନସଭାର ଅଧିବେଶନରେ ସମସ୍ତଙ୍କୁ ସ୍ବାଗତ କରିଥିଲେ। ବିଧାନସଭାରେ ଦିବଂଗତ ବିଧାୟକ ଓ ସହିଦ ଓ ପ୍ରାକୃତିକ ବିପର୍ଯ୍ୟୟରେ ମୃତକମାନଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ କରିଥିଲେ। ଆଜି ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନ ଥିବା ହେତୁ ଅଧିକାଂଶ ବିଧାୟକ ଓ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି।

Leave A Reply

Your email address will not be published.