thelifelinemedia
Latest Odisha News, Breaking News Today

ସାଳନ୍ଦୀ ଡିଭିଜନ ଭଦ୍ରକ ଡାକବଙ୍ଗଳାରେ ପୁଣି ମଦ ପାର୍ଟି କଲେ ତ୍ରିମୂର୍ତ୍ତି ଜେଇ ରମେଶ, ସ୍ୱାଧୀନ ଓ ହିତେଶ: କାହା ପାଇଁ ଡାକବଙ୍ଗଳା, ନିଇତି ଜମୁଛି ମଦର ଆସର 

ଖବର ଅନୁସାରେ ଗତ କିଛି ଦିନ ହେବ ସାଳନ୍ଦୀ ଡିଭିଜନ ଭଦ୍ରକରେ ବିବାଦ ପିଛା ଛାଡୁନି। ଡାକବଙ୍ଗଳାରେ କେତେବେଳେ ମଦର ଆସର ଜମୁଛି ପୁଣି କେତେବେଳେ ଝିଅ ବେପାର। କିଛି ଏଭଳି ବେଆଇନ୍ ଘଟଣାକ୍ରମକୁ ନେଇ ବିବାଦୀୟ ହୋଇପଡିଛି ଡାକବଙ୍ଗଳା

ଭଦ୍ରକ: ଭଦ୍ରକ ସାଳନ୍ଦୀ ଡିଭିଜନରେ ଚାଲିଛି କଣ। ଡାକବଙ୍ଗଳା କାହା ପାଇଁ। ଲୋକଙ୍କୁ ସୁବିଧା ସୁଯୋଗ ଦେବା ପାଇଁ ନା ମଦର ଆସର ପାଇଁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ତିନି ଜେଇ ରମେଶ ଓ ସ୍ୱାଧୀନ ମଦ ପିଇ ଲୋକଙ୍କୁ ଗାଳିଗୁଲଜ କରିବା ସହ ନିଶାରେ ମତୁଆଲା ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଉଭୟ ଜେଇ ବାବୁମାନେ ଏତେ ମାତ୍ରାରେ ମଦ ପିଇଥିଲେ ଯେ ହିତାହିତ ଜ୍ଞାନ ଭୁଲି ଯାଇ ଲୋକଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ଖାଲି ସେତିକି ନୁହେଁ, ଡାକବଙ୍ଗଳାରେ ଥିବା ଅନ୍ୟ ଲୋକଙ୍କୁ ଖରାପ ବ୍ୟବହାର କରିବା ସହ ରାତି ସାରା ଉତ୍ପାତ କରିଥିଲେ।

ଖବର ଅନୁସାରେ ଗତ କିଛି ଦିନ ହେବ ସାଳନ୍ଦୀ ଡିଭିଜନ ଭଦ୍ରକରେ ବିବାଦ ପିଛା ଛାଡୁନି। ଡାକବଙ୍ଗଳାରେ କେତେବେଳେ ମଦର ଆସର ଜମୁଛି ପୁଣି କେତେବେଳେ ଝିଅ ବେପାର। କିଛି ଏଭଳି ବେଆଇନ୍ ଘଟଣାକ୍ରମକୁ ନେଇ ବିବାଦୀୟ ହୋଇପଡିଛି ଡାକବଙ୍ଗଳା। ଏହି ତିନି ସରକାରୀ ବାବୁ ହୋଇ ଏଭଳି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ନେଇ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.