ପୁଣି ବଲିଉଡ କଳାକାରଙ୍କୁ ଧମକ ଅମିତାଭଙ୍କ ବଙ୍ଗଳା ଓ ଦିଲଜିତଙ୍କ କନ୍ସର୍ଟକୁ ବୋମାରେ ଉଡ଼ାଇବାକୁ ଧମକ
ବଲିଉଡ୍ କଳାକାରମାନଙ୍କୁ ଲଗାତାର ଧମକ ମିଳୁଥିବା ବେଳେ ୧୮ ଅକ୍ଟୋବର ୨୦୨୬ରେ ଅଭିନେତା ଟାଇଗର ଶ୍ରଫ୍ଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିଲା। ମୁମ୍ବାଇର ଜୁହୁ ଅଞ୍ଚଳରେ ରାତି ପ୍ରାୟ ୭ଟାରେ ଏହି ଘଟଣା ଘଟିଥିଲା
ମୁମ୍ବାଇ: ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟକୁ ପୁଣିଥରେ ବୋମାରେ ଉଡ଼ାଇବାକୁ ଧମକ ମିଳିଛି। ଏନେଇ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ଏହି ଇ-ମେଲ୍ରେ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ‘ଜଲସା’ ବଙ୍ଗଳାରେ କାର୍ ବୋମା ବିସ୍ଫୋରଣ କରିବାକୁ ଧମକ ଦିଆଯାଇଛି। ଏହା ସହ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ ମୁମ୍ବାଇରେ ହେବାକୁ ଥିବା କନ୍ସର୍ଟରେ ଆଇଫୋନ୍ ବୋମା ଦ୍ୱାରା ଆକ୍ରମଣ କରାଯିବ ବୋଲି ମଧ୍ୟ ଇ-ମେଲ୍ରେ ଦାବି କରାଯାଇଛି।ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସ୍ଥାନୀୟ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଇ-ମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ମଧ୍ୟ ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ, ବଲିଉଡ୍ କଳାକାରମାନଙ୍କୁ ଲଗାତାର ଧମକ ମିଳୁଥିବା ବେଳେ ୧୮ ଅକ୍ଟୋବର ୨୦୨୬ରେ ଅଭିନେତା ଟାଇଗର ଶ୍ରଫ୍ଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିଲା। ମୁମ୍ବାଇର ଜୁହୁ ଅଞ୍ଚଳରେ ରାତି ପ୍ରାୟ ୭ଟାରେ ଏହି ଘଟଣା ଘଟିଥିଲା। ଫୁଟବଲ୍ ଖେଳି ଘରକୁ ଫେରୁଥିବା ସମୟରେ ୩ ଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ଏହି ଗୁଳିମାଡ଼ରେ ଟାଇଗର ଅଳ୍ପକେ ବର୍ତ୍ତିଯାଇଥିଲେ। କିନ୍ତୁ ତାଙ୍କ ଡ୍ରାଇଭର ଓ ରାସ୍ତାରେ ଠିଆ ହୋଇଥିବା ଜଣେ ପ୍ରଶଂସକ ଆହତ ହୋଇଥିଲେ। ଉଭୟେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଏହି ଆକ୍ରମଣର ଦାୟିତ୍ୱ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଇଥିଲା। ସଂଗଠନ ତେହରିକ୍-ଇ-ତାଲିବାନ ପାକିସ୍ତାନ (TTP) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।