thelifelinemedia
Latest Odisha News, Breaking News Today

ପାକିସ୍ତାନରେ ଆତଙ୍କୀ ଆକ୍ରମଣ; ୧୧ ପୋଲିସ କର୍ମୀ ନିହତ,ଖାଇବରପଖତୁନଖ୍ବା ପ୍ରଦେଶର ଦରବୋଖାଚ ଜଳନ୍ଧର ବନ୍ଦାରେ ଆକ୍ରମଣ

ପୋଲିସ ଦଳ ବେଆଇନ ସୁନା ଖଣି ବିରୋଧରେ ଚଢ଼ାଉ କରି ଫେରୁଥିବା ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଗାଡ଼ି ଉପରକୁ ଅତର୍କିତ ଗୁଳି ଚଳାଇଥିଲେ।ଘଟଣାରେ ୧୦ରୁ ୧୧ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି

ଇସଲାମବାଦ୍: ପାକିସ୍ତାନରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି। ଯେଉଁଥିରେ ଜଣେ ଡିଏସ୍‌ପିଙ୍କ ସମେତ ୧୧ ପୋଲିସ ମୃତ; ୧୨ ଆହତ ହୋଇଛନ୍ତି। ପୋଲିସର ପାଲଟା ଗୁଳିଚାଳନାରେ ୨୦ରୁ ଅଧିକ ଆତଙ୍କୀ ମୃତ ହୋଇଛନ୍ତି।ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାଖ୍ତୁନଖ୍ୱା ପ୍ରଦେଶରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ଅତିକମରେ ୧୦ରୁ ୧୧ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ପାଲଟା ଗୁଳିମାଡ଼ରେ ୧୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ପୋଲିସ ଦଳ ବେଆଇନ ସୁନା ଖଣି ବିରୋଧରେ ଚଢ଼ାଉ କରି ଫେରୁଥିବା ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଗାଡ଼ି ଉପରକୁ ଅତର୍କିତ ଗୁଳି ଚଳାଇଥିଲେ।ଘଟଣାରେ ୧୦ରୁ ୧୧ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀମାନେ କିଛି ପୋଲିସ ଗାଡ଼ିରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ତେବେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହରିକ୍-ଇ-ତାଲିବାନ ପାକିସ୍ତାନ (TTP) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

Leave A Reply

Your email address will not be published.