ଖଣି ଦୁର୍ନୀତି; କେନ୍ଦୁଝର ଟାଉନରେ କ୍ରାଇମବ୍ରାଞ୍ଚ EOWର ଚଢାଉ: ରାଜା ଚକ୍ର, ସଦାଶିବ ସାମଲ ଓ ଜ୍ୟୋତି ମିଶ୍ରଙ୍କ ଘର ଓ ଅଫିସ୍ରେ ରେଡ୍
କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ (EOW) ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି ଏବଂ ସେ ରିମାଣ୍ଡରେ ମଧ୍ୟ ରହିଛନ୍ତି। ତାଙ୍କ ବିରୋଧରେ ଓପିଆଇଡି (OPID) କୋର୍ଟରେ ମାମଲା ବିଚାରଧାୀନ ରହିଛି। ଇଓଡବ୍ଲ୍ୟୁ ପକ୍ଷରୁ ତାଙ୍କ ସମ୍ପତ୍ତି ଏବଂ ବିଭିନ୍ନ ଠିକଣାରେ ବାରମ୍ବାର ଚଢ଼ାଉ (ରେଡ୍) କରାଯାଇଛି
କେନ୍ଦୁଝର: ଖଣି ଦୁର୍ନୀତି ମାମଲାରେ ରାଜା ଚକ୍ର, ସଦାଶିବ ସାମଲ ଓ ଜ୍ୟୋତି ମିଶ୍ରଙ୍କ ଘର ଓ ଅଫିସ୍ରେ ରେଡ୍ ହୋଇଛି। କ୍ରସର୍ କିଣାବିକା ମାମଲାରେ ସଦାଶିବ ସାମଲଙ୍କ ଘରେ ଚଢାଉ ସୂଚନା। ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ରେ ଅଛି ରାଜା ଚକ୍ର।
ସୂଚନା ଅନୂଯାୟୀ, ରାଜା ଚକ୍ର ଓରଫ ସୌମ୍ୟରଞ୍ଜନ ଚକ୍ର ଅବା ସୌମ୍ୟଶଙ୍କର ଚକ୍ର ହେଉଛନ୍ତି ଜଣେ ବିଜେଡି ନେତା, ଯିଏ ବହୁଚର୍ଚ୍ଚିତ ଖଣି, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅର୍ଥ ହେରଫେର ଏବଂ ଦୁର୍ନୀତି ମାମଲାରେ ଜଡିତ ରହିଛନ୍ତି।କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ (EOW) ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି ଏବଂ ସେ ରିମାଣ୍ଡରେ ମଧ୍ୟ ରହିଛନ୍ତି। ତାଙ୍କ ବିରୋଧରେ ଓପିଆଇଡି (OPID) କୋର୍ଟରେ ମାମଲା ବିଚାରଧାୀନ ରହିଛି। ଇଓଡବ୍ଲ୍ୟୁ ପକ୍ଷରୁ ତାଙ୍କ ସମ୍ପତ୍ତି ଏବଂ ବିଭିନ୍ନ ଠିକଣାରେ ବାରମ୍ବାର ଚଢ଼ାଉ (ରେଡ୍) କରାଯାଇଛି, ଯେଉଁଥିରେ କୋଟି କୋଟି ଟଙ୍କାର ଗାଡି ଓ ସମ୍ପତ୍ତି ଜବତ ହୋଇଛି।