ଗଂଜାମ ଜିଲ୍ଲାରେ ୮ ଜଣିଆ ଆନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍: ବନ୍ୟା ସ୍ଥିତି ନେଇ କରିଛନ୍ତି ସ୍ଥିତି ଅନୁଧ୍ୟାନ
ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ବନ୍ୟା ଜନିତ କ୍ଷୟକ୍ଷତିର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ଓ ଆକଳନ ପାଇଁ ଏକ ୮ ଜଣିଆ କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ (IMCT) ନଭେମ୍ବର ୨ ତାରିଖରୁ ଓଡ଼ିଶା ଗସ୍ତରେ ଅଛନ୍ତି
ବ୍ରହ୍ମପୁର:ବନ୍ୟା କ୍ଷୟକ୍ଷତି ନେଇ ଆକଳନ କରିବା ପାଇଁ ଗଂଜାମ ଜିଲ୍ଲାରେ ୮ ଜଣିଆ ଆନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି। ପୁରୁଷୋତ୍ତମପୁର ବ୍ଲକ୍ ଆଚୁଲି ଓ ହାଣ୍ଡିଘର ଗାଁ ପରିଦର୍ଶନ କରିଛନ୍ତି।ହୀରାଧରବାଟି ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲା ଟିମ୍। ଟିମ୍ ସହ ଅଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଓ ଜିଲ୍ଲାପାଳ।
ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ବନ୍ୟା ଜନିତ କ୍ଷୟକ୍ଷତିର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ଓ ଆକଳନ ପାଇଁ ଏକ ୮ ଜଣିଆ କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ (IMCT) ନଭେମ୍ବର ୨ ତାରିଖରୁ ଓଡ଼ିଶା ଗସ୍ତରେ ଅଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଛନ୍ତି।ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ସହିତ ଏହି ଟିମ୍ରେ କୃଷି, ଅର୍ଥ, ଜଳ ଶକ୍ତି, ବିଦ୍ୟୁତ, ସଡ଼କ ପରିବହନ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏବଂ ଇସ୍ରୋ (ISRO) ର ପ୍ରତିନିଧିମାନେ ସାମିଲ ଅଛନ୍ତି।