thelifelinemedia
Latest Odisha News, Breaking News Today

କୋଟିଆକୁ ନେଇ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ:ବିରୋଧ କରିବେ ନେତା, ସ୍ଥାନୀୟ ବାସିନ୍ଦା ଓ ସାମାଜିକ ସଂଗଠନ

ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିଛି ପୋଲିସ । ଚେକ୍‌ପୋଷ୍ଟ ସ୍ଥାପନ ସହ ୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ଆନ୍ଧ୍ରରୁ ଆସିଥିବା ଚାଉଳ ଗାଡ଼ିକୁ ଫେରାଇ ଦିଆଯାଇଛି । ଏହାସହ ଆନ୍ଧ୍ର ପ୍ରଶାସନର ଅଧିକାରୀଙ୍କୁ ମଧ୍ୟ ଫେରାଇ ଦିଆଯାଇଛି

ଭୁବନେଶ୍ୱର: କୋଟିଆକୁ ନେଇ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ । ଆନ୍ଧ୍ର ପକ୍ଷରୁ ନିର୍ବାଚନ ଆୟୋଜନ ଉଦ୍ୟମକୁ ବିରୋଧ କରି ଏକାଠି ହୋଇଛନ୍ତି ଓଡ଼ିଶାର ସବୁ ରାଜନୈତିକ ଦଳ । ନିର୍ବାଚନ ଦିନ କୋଟିଆରେ ଉପସ୍ଥିତ ରହି ଏହାକୁ ବିରୋଧ କରିବେ ନେତା, ସ୍ଥାନୀୟ ବାସିନ୍ଦା ଓ ସାମାଜିକ ସଂଗଠନ । ସେପଟେ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ଓଡ଼ିଶା ପୋଲିସ । ଚେକ୍‌ପୋଷ୍ଟ କରାଯିବା ସହ ୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆନ୍ଧ୍ରରୁ ଆସିଥିବା ଚାଉଳ ଗାଡ଼ିକୁ ଫେରାଇ ଦିଆଯାଇଥିବା ବେଳେ ଆନ୍ଧ୍ରର ଅଧିକାରୀଙ୍କୁ ମଧ୍ୟ ଫେରାଇ ଦିଆଯାଇଛି ।କୋଟିଆରେ ଆନ୍ଧ୍ରର ନିର୍ବାଚନୀ ଉଦ୍ୟମକୁ ନେଇ ତତ୍ପର ହୋଇଛି ଓଡ଼ିଶା ପ୍ରଶାସନ । ଏହାକୁ ବିରୋଧ କରିବାକୁ କୋରାପୁଟରେ ଏକାଠି ହୋଇଛନ୍ତି ସବୁ ରାଜନୈତିକ ଦଳ। ନିର୍ବାଚନ ଦିନ କୋଟିଆରେ ରହି ଏହି ନିର୍ବାଚନକୁ ବିରୋଧ କରିବେ ନେତା, ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସାମାଜିକ ସଂଗଠନ ।

ଅନ୍ୟପଟେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିଛି ପୋଲିସ । ଚେକ୍‌ପୋଷ୍ଟ ସ୍ଥାପନ ସହ ୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ଆନ୍ଧ୍ରରୁ ଆସିଥିବା ଚାଉଳ ଗାଡ଼ିକୁ ଫେରାଇ ଦିଆଯାଇଛି । ଏହାସହ ଆନ୍ଧ୍ର ପ୍ରଶାସନର ଅଧିକାରୀଙ୍କୁ ମଧ୍ୟ ଫେରାଇ ଦିଆଯାଇଛି

Leave A Reply

Your email address will not be published.