thelifelinemedia
Latest Odisha News, Breaking News Today

ନେପାଳରେ ବିମାନ ଦୁର୍ଘଟଣା

ଏହି ଦୁର୍ଘଟଣାରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଛି। ଏହା ଜଣେ ପାଇଲଟ୍ ଆହତ ହୋଇଛନ୍ତି। ନେପାଳ ପୁଲିସର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୮:୧୧ ସମୟରେ ମାଉଣ୍ଟ ଏଭରେଷ୍ଟ ଅଞ୍ଚଳର ଫେରିଚେରେ‘ଫିସଟେଲ୍ ଏୟାର’ ଏବଂ ‘ଡାଇନେଷ୍ଟି ଏୟାର’ର ହେଲିକପ୍ଟର ଅବତରଣ କରିବା ସମୟରେ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା

କାଠମାଣ୍ଡୁ: ନେପାଳରୁ ଏବେ ଏକ ବଡ଼ ଖବର ଆସିଛି। ଦୁଇଟି ହେଲିକପ୍ଟର ଧକ୍କା ହେବା ଫଳରେ ଏକ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ, ଅବତରଣ ସମୟରେ ଦୁଇଟି ହେଲିକପ୍ଟର ଧକ୍କା ହୋଇଥିଲା। କୁହାଯାଉଛି, ନେପାଳର ସୋଲୁଖୁମ୍ବୁରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିବା ଦେଖାଯାଉଛି। ଭିଡିଓରେ ଘଟଣାସ୍ଥଳ ନିକଟରେ ଅନେକ ଲୋକଙ୍କୁ ଠିଆ ହୋଇଥିବାର ଦେଖାଯାଉଛି।

ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଛି। ଏହା ଜଣେ ପାଇଲଟ୍ ଆହତ ହୋଇଛନ୍ତି। ନେପାଳ ପୁଲିସର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୮:୧୧ ସମୟରେ ମାଉଣ୍ଟ ଏଭରେଷ୍ଟ ଅଞ୍ଚଳର ଫେରିଚେରେ‘ଫିସଟେଲ୍ ଏୟାର’ ଏବଂ ‘ଡାଇନେଷ୍ଟି ଏୟାର’ର ହେଲିକପ୍ଟର ଅବତରଣ କରିବା ସମୟରେ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା। ପୁଲିସର ସୂଚନା ଅନୁଯାୟୀ, ଆହତ ପାଇଲଟ୍‌ଙ୍କୁ ‘ପ୍ରଭୁ ହେଲିକପ୍ଟର’ ଯୋଗେ ଚିକିତ୍ସା ପାଇଁ ଲୁକଲା ନିଆଯାଇଥିଲା।

Leave A Reply

Your email address will not be published.