thelifelinemedia
Latest Odisha News, Breaking News Today

ଦୁଇ ଦିନ ଯାଏଁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

ପାଣିପାଗ ବିଭାଗ ଅନୁସାରେ ସୋମବାର ବିଳମ୍ବିତ ରାତିରୁ ବର୍ଷା ପରିମାଣ ସାମାନ୍ୟ ବଢ଼ିଛି। ମଙ୍ଗଳବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି

ଭୁବନେଶ୍ୱର: ବାତ୍ୟା ‘ମୁରାସୁ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ମଙ୍ଗଳବାର ଓ ବୁଧବାର ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି।

ଭୀଷଣ ବାତ୍ୟା ମୁରାସୁ ପ୍ରଭାବରେ ଓଡ଼ିଶାରେ ସୋମବାର ସକାଳୁ ପାଗ ବଦଳିଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିବା ବେଳେ ପାଗ ଆଂଶିକ ମେଘୁଆ ରହିଥିଲା। ବାତ୍ୟା ଆନ୍ଧ୍ର ଉପକୂଳକୁ ମୁହାଁଇ ଥିବାବେଳେ ରାତିରେ ନେଲ୍ଲୋର ଓ ନରସାପୁର ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିଥିଲା।ଏହା ପ୍ରଭାବରେ ଘଣ୍ଟା ପ୍ରତି ୧୦୦-୧୧୦ କିମି ବେଗରେ ପବନ ଓ ଝଟକା ପବନ ୧୨୦ କିମି ପର୍ଯ୍ୟନ୍ତ ଯାଇଥିଲା। ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଏହି ତୀବ୍ରତାର ପବନ ରହିଥିଲା। ଏହାର ସିଧା ପ୍ରଭାବ ଓଡ଼ିଶାରେ ନଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାକୁ ବାତ୍ୟାର ବାହ୍ୟମଣ୍ଡଳ ଘଷି ହୋଇ ଯିବା ଅନୁମାନ କରାଯାଉଛି।

ପାଣିପାଗ ବିଭାଗ ଅନୁସାରେ ସୋମବାର ବିଳମ୍ବିତ ରାତିରୁ ବର୍ଷା ପରିମାଣ ସାମାନ୍ୟ ବଢ଼ିଛି। ମଙ୍ଗଳବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏସବୁ ଜିଲ୍ଲା ସମେତ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର ଗୋଟିଏ ଦୁଇଟି ଜାଗାରେ ଘଣ୍ଟା ପ୍ରତି ୪୦-୫୦ କିମି ବେଗରେ ପବନ ରହିପାରେ। ଝଟକା ପବନ ୬୦ କିମି ଛୁଇଁପାରେ। ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସାଙ୍ଗକୁ ୩୦-୪୦ ପବନ ଏବଂ ଝଟକା ପବନ ୫୦ କିମି ରହିପାରେ।

Leave A Reply

Your email address will not be published.