thelifelinemedia
Latest Odisha News, Breaking News Today

ବଦଳିଲେ ଜେଲ ଡିଜି ସୁଶାନ୍ତ ନାଥ:ମୋଟ୍ ୯ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି

ତପନ ନାରାୟଣ ରଥ ଏସ୍ ପି ନୂଆପଡ଼ା। ସେହିପରି ଅମିତାଭ ଠାକୁରଙ୍କୁ ପରିବହନ କମିସନର୍, କଟକ ଭାବେ ବଦଳି କରାଯାଇଛି । ତେଣେ ରାଜେଶ କୁମାର ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ସାରା ଶର୍ମାଙ୍କୁ ଡିଆଇଜି ଭିଜିଲାନ୍ସ,, ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ଏଆଇଜି, ରାଜ୍ୟ ମୁଖ୍ୟାଳୟ ,କଟକ, ଅମ୍ରିତ ପାଲ ସିଂ ଏସପି ରାଜ୍ୟ ମୁଖ୍ୟାଳୟ ,କଟକ ଭାବେ ବଦଳି କରାଯାଇଛି

ବ୍ୟୁରୋ: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ମୋଟ୍ ୯ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ଗୃହ ବିଭାଗର OSD ହେଲେ ପୂର୍ବରୁ ଜେଲ ଡିଜି ଥିବା ସୁଶାନ୍ତ ନାଥ। ସୁଶାନ୍ତ ନାଥଙ୍କ ନାଆଁରେ ଯୌନ ନିର୍ଯାତନା ଅଭିଯୋଗ ପରେ ବଡ଼ ଆକ୍ସନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସୁଶାନ୍ତଙ୍କ ଜାଗ‌ାରେ ଆଇପିଏସ୍ ସନ୍ତୋଷ ବାଲାଙ୍କୁ ଜେଲ ବିଭାଗ ଏଡିଜି ଦାୟିତ୍ବ ଦିଆଯାଇଛି।

ତପନ ନାରାୟଣ ରଥ ଏସ୍ ପି ନୂଆପଡ଼ା। ସେହିପରି ଅମିତାଭ ଠାକୁରଙ୍କୁ ପରିବହନ କମିସନର୍, କଟକ ଭାବେ ବଦଳି କରାଯାଇଛି । ତେଣେ ରାଜେଶ କୁମାର ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ସାରା ଶର୍ମାଙ୍କୁ ଡିଆଇଜି ଭିଜିଲାନ୍ସ,, ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ଏଆଇଜି, ରାଜ୍ୟ ମୁଖ୍ୟାଳୟ ,କଟକ, ଅମ୍ରିତ ପାଲ ସିଂ ଏସପି ରାଜ୍ୟ ମୁଖ୍ୟାଳୟ ,କଟକ ଭାବେ ବଦଳି କରାଯାଇଛି। ଠିକ୍ ସେହିପରି ସୋନାଲି ସିଂହ ପରମାରଙ୍କୁ ଏସପି ଝାରସୁଗୁଡ଼ା ଓ ତପନ ନାରାୟଣ ରଥଙ୍କୁ ଏସ୍ ପି ନୂଆପଡ଼ା ଦାୟିତ୍ବ ଦିଆଯାଇଛି।

ଅନ୍ୟପଟେ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଧମକ ଦେବା ଭଳି ସଙ୍ଗିନ ଅଭିଯୋଗ ଆସିଛି । ଚୌଦ୍ୱାର ଜେଲ୍‌ର ପୂର୍ବତନ ଜେଲର ସନ୍ତୋଷିନୀ ଦାସ ଏହି ଅଭିଯୋଗ ଆଣିଛନ୍ତି ।କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ଦେବା ସହ ତାଙ୍କ କ୍ୟାରିୟର ଶେଷ କରିଦେବାକୁ ଧମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.