thelifelinemedia
Latest Odisha News, Breaking News Today

ରାମଲୀଳା ମଇଦାନରେ ବିରୋଧୀଙ୍କ ରଣହୁଙ୍କାର: ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଏକାଠି ହେଲେ ୨୧ ଦଳର ନେତା, ୧୦,୦୦୦ ସୁରକ୍ଷାକର୍ମୀ ମୁତୟନ

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀ, ହେମନ୍ତ ସୋରେନ୍, ରେବନ୍ତ ରେଡ୍ଡୀ, ତେଜସ୍ୱୀ ଯାଦବ ଏବଂ ଅଖିଲେଶ ଯାଦବଙ୍କ ସମେତ ୨୧ଟି ରାଜନୈତିକ ଦଳର ବରିଷ୍ଠ ନେତାମାନେ ସାମିଲ ହେଉଛନ୍ତି। 

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଓ ଦୀପାବଳି ପ୍ରସ୍ତୁତି ମଧ୍ୟରେ ଆଜି ରାଜଧାନୀ ଦିଲ୍ଲୀ ଏକ ବଡ଼ ଧରଣର ରାଜନୈତିକ ମୁହାଁମୁହିଁର ସାକ୍ଷୀ ହୋଇଛି। ଗୋଟିଏ ପଟେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନରେ ବ୍ୟାପକ ହେରଫେର୍ ଓ ଭୋଟ୍ ଚୋରି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ପଦତ୍ୟାଗ ଦାବିରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ”ଚଲୋ ଦିଲ୍ଲୀ” ମେଗା ରାଲି ଆୟୋଜିତ ହେଉଛି। ଅନ୍ୟପଟେ, ୧୯୮୪ ଶିଖ୍ ବିରୋଧୀ ଦଙ୍ଗାକୁ ପ୍ରସଙ୍ଗ କରି ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ କଂଗ୍ରେସ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା କରାଯାଉଛି।

ବିରୋଧୀ ମେଣ୍ଟର ‘ଚଲୋ ଦିଲ୍ଲୀ’ ମାର୍ଚ୍ଚ ଅପରାହ୍ନ ୧୨ଟାରେ ସେଣ୍ଟ୍ରାଲ ଦିଲ୍ଲୀର ମିଣ୍ଟୋ ରୋଡ୍-କନୋଟ୍ ପ୍ଲେସ୍ ସଂଯୋଗସ୍ଥଳରୁ ଆରମ୍ଭ ହୋଇ ରାମଲୀଳା ମଇଦାନଠାରେ ପହଞ୍ଚିବ। ଏହି ମେଗା ରାଲିରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀ, ହେମନ୍ତ ସୋରେନ୍, ରେବନ୍ତ ରେଡ୍ଡୀ, ତେଜସ୍ୱୀ ଯାଦବ ଏବଂ ଅଖିଲେଶ ଯାଦବଙ୍କ ସମେତ ୨୧ଟି ରାଜନୈତିକ ଦଳର ବରିଷ୍ଠ ନେତାମାନେ ସାମିଲ ହେଉଛନ୍ତି।

Leave A Reply

Your email address will not be published.