thelifelinemedia
Latest Odisha News, Breaking News Today

ରାଜଧାନୀ ଦିଲ୍ଲୀରେ ଆଜିଠୁ କଟକଣା:ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ ବାୟୁର ଗୁଣବତ୍ତା ସୁଧାରିବା ପାଇଁ ପ୍ରୟାସ 

କେବଳ ବିଏସ୍-୬ ନିର୍ଗମନ ମାନଦଣ୍ଡ ପୂରଣ କରୁଥିବା ଗାଡ଼ି, ସିଏନ୍ଜି ଏବଂ ବୈଦ୍ୟୁତିକ (ଅଭି) ଯାନବାହନଗୁଡ଼ିକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏହାସହିତ ବିଏସ୍-୬ ମାନଦଣ୍ଡର ହୋଇଥିଲେ ମଧ୍ୟ ସମସ୍ତ ଗାଡ଼ି ପାଇଁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ରହିବା ବାଧ୍ୟତାମୂଳକ କରାଯାଇଛି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ ବାୟୁର ଗୁଣବତ୍ତା ସୁଧାରିବା ପାଇଁ ଆଜିଠୁ ସଂଶୋଧିତ ଗ୍ରେଡେଡ୍ ରେସପୋନ୍ସ ଆକ୍ସନ୍ ପ୍ଲାନ୍ (ଜିଆରଏପି) ଅଧୀନରେ ନୂଆ ନିୟମାବଳୀ ଲାଗୁ ହେବାକୁ ଯାଉଛି । ଦିଲ୍ଲୀ ଟ୍ରାଫିକ୍ ପୁଲିସ ପକ୍ଷରୁ ସୋସିଆଲ ମିଡିଆ ”ଏକ୍ସ” ରେ ସୂଚନା ଦିଆଯାଇଛି ଯେ, ବାହାର ରାଜ୍ୟରୁ ଦିଲ୍ଲୀକୁ ଆସୁଥିବା ଯାନବାହନଗୁଡ଼ିକ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରି ଯାତ୍ରା କରିବାକୁ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି।ନୂତନ କଟକଣା ଅନୁଯାୟୀ, ଆଜିଠୁ ୨୦୨୭ ଜାନୁଆରୀ ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ଟ୍ରକ୍ ଏବଂ ଅନ୍ୟାନ୍ୟ ଯାନବାହନଗୁଡ଼ିକ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ।

କେବଳ ବିଏସ୍-୬ ନିର୍ଗମନ ମାନଦଣ୍ଡ ପୂରଣ କରୁଥିବା ଗାଡ଼ି, ସିଏନ୍ଜି ଏବଂ ବୈଦ୍ୟୁତିକ (ଅଭି) ଯାନବାହନଗୁଡ଼ିକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏହାସହିତ ବିଏସ୍-୬ ମାନଦଣ୍ଡର ହୋଇଥିଲେ ମଧ୍ୟ ସମସ୍ତ ଗାଡ଼ି ପାଇଁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ରହିବା ବାଧ୍ୟତାମୂଳକ କରାଯାଇଛି । ଯେଉଁ ପଣ୍ୟବାହୀ ଗାଡ଼ିଗୁଡ଼ିକର ଗନ୍ତବ୍ୟ ସ୍ଥଳ ଦିଲ୍ଲୀ ନୁହେଁ, ସେଗୁଡ଼ିକୁ ଇଷ୍ଟର୍ଣ୍ଣ କିମ୍ବା ୱେଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସୱେ ବ୍ୟବହାର କରିବାକୁ କୁହାଯାଇଛି।

Leave A Reply

Your email address will not be published.