ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ: ଭାସିଗଲା ଘର, ଚାଷ ଜମିରେ ପାଣି, ଚିନ୍ତାରେ ଚାଷୀ: ଜନଜୀବନ ଅସ୍ତବ୍ୟସ୍ତ
ଗଜପତିରେ ପ୍ରକୃତିର ରୁଦ୍ର ରୂପ। ବନ୍ୟାଜଳରେ ବୁଡ଼ିଲା ମନ୍ଦିର, ଭୟଙ୍କର ରୂପ ନେଲା ଜଳପ୍ରପାତ। ପାହାଡ଼ରୁ ମାଡ଼ି ଆସୁଛି ପାଣିର ପ୍ରଖର ସ୍ରୋତ.ଅର୍ଣ୍ଣବର ପ୍ରଭାବରେ ଆର୍ . ଉଦୟଗିରି ବ୍ଲକ ରଣ୍ଡିବା ଗାଁ ନିକଟ ଲିଙ୍ଗଧର ମନ୍ଦିର ଚାରିପଟେ ବନ୍ୟାଜଳର ତାଣ୍ଡବ ଦେଖିବାକୁ ମିଳିଛି
ବ୍ୟୁରୋ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା। ଜନଜୀବନ ଅସ୍ତବ୍ୟସ୍ତ। ପ୍ରଭାବିତ ଜୀବନ ଜୀବିକା। କନ୍ଧମାଳ ଜିଲ୍ଲାରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଭାସିଗଲା ୫ରୁ ଊର୍ଦ୍ଧ୍ବ ଘର। ରାଇକିଆ ମାଣିକେଶ୍ବରୀ ପଞ୍ଚାୟତ ଡଙ୍ଗୀସୀ ଗାଁ ପାହାଡ଼ରେ ଅଘଟଣ ଘଟିଛି। ଭୂସ୍ଖଳନ ହୋଇ ଆସିଥିବା ପାହାଡ଼ ପାଣିରେ ଭାସିଗଲା ୫ରୁ ଊର୍ଦ୍ଧ୍ବ ଘର। ବାସନ୍ତୀପଲ୍ଲୀରେ ବିରାଟକାୟ ଗଛ ଉପୁଡ଼ି ପଡ଼ି ବିଦ୍ୟୁତ ସରବରାହ ବନ୍ଦ ହୋଇପଡ଼ିଛି।ଫୁଲବାଣୀ ସହର ଉପକଣ୍ଠ ଦେଇ ଯାଇଥିବା ସାଲୁଙ୍କି ନଦୀ ଫୁଲୁଛି।ନଦୀଖଣ୍ଡିସାହି-ଡାକପାଲା ବ୍ରିଜ ଉପରେ ବନ୍ୟାପାଣି।ଟିକାବାଲି ବାହାଡାସାହି ପୋଲ ଉପରେ ୨ ଫୁଟର ବନ୍ୟାପାଣି ପ୍ରବାହିତ ହୋଇଛି। ଟିକାବାଲି-ରାଇକିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
ସେହିପରି ଗଜପତିରେ ପ୍ରକୃତିର ରୁଦ୍ର ରୂପ। ବନ୍ୟାଜଳରେ ବୁଡ଼ିଲା ମନ୍ଦିର, ଭୟଙ୍କର ରୂପ ନେଲା ଜଳପ୍ରପାତ। ପାହାଡ଼ରୁ ମାଡ଼ି ଆସୁଛି ପାଣିର ପ୍ରଖର ସ୍ରୋତ.ଅର୍ଣ୍ଣବର ପ୍ରଭାବରେ ଆର୍ . ଉଦୟଗିରି ବ୍ଲକ ରଣ୍ଡିବା ଗାଁ ନିକଟ ଲିଙ୍ଗଧର ମନ୍ଦିର ଚାରିପଟେ ବନ୍ୟାଜଳର ତାଣ୍ଡବ ଦେଖିବାକୁ ମିଳିଛି।ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା। ଯୁଆଡ଼େ ଦେଖିବେ ସିଆଡ଼େ ପାଣି। ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀକୂଳ। କେଉଁଠି ଲୋକଙ୍କ ଘରେ ପାଣି ପଶିଲାଣି ତ କେଉଁଠି ରାସ୍ତାରେ ଚାଲୁଛି ଅଣ୍ଟାଏ ଉଚ୍ଚର ପାଣି।