thelifelinemedia
Latest Odisha News, Breaking News Today

ୱେଲିଂଟନରେ ଟିମ୍ ଇଣ୍ଡିଆର ରନ୍ ବର୍ଷା:ତୃତୀୟ ଟି-୨୦ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି ଭାରତ 

ଭାରତର ଏହି ଦମଦାର ବିଜୟର ନାୟକ ସାଜିଛନ୍ତି ଯୁବ ବ୍ୟାଟର ଅଭିଷେକ ଶର୍ମା । ମାତ୍ର ୩୮ ବଲରେ ୧୧୩ ରନର ବିସ୍ଫୋରକ ଇନିଂସ ଖେଳି ନ୍ୟୁଜିଲାଣ୍ଡ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି ଅଭିଷେକ

ବ୍ୟୁରୋ:ୱେଲିଂଟନରେ ଟିମ୍ ଇଣ୍ଡିଆର ରନ୍ ବର୍ଷା । ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଧୁମ ପିଟିଲେ ଭାରତୀୟ ବ୍ୟାଟର । ତୃତୀୟ ଟି-୨୦ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି ଭାରତ । ୧୯୯ ରନର ବିଶାଳ ଟାର୍ଗେଟକୁ ମାତ୍ର ୧୩.୨ ଓଭରରେ ହାସଲ କରି ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ କବଜା କରିଛି ଭାରତ । ଆଉ ନ୍ୟୁଜିଲାଣ୍ଡ ମାଟିରେ ଲଗାତାର ତୃତୀୟ ଟି-୨୦ ସିରିଜ୍ ଜିତି ନିଜ ଦବଦବା ଜାହିର କରିଛି ।

ଭାରତର ଏହି ଦମଦାର ବିଜୟର ନାୟକ ସାଜିଛନ୍ତି ଯୁବ ବ୍ୟାଟର ଅଭିଷେକ ଶର୍ମା । ମାତ୍ର ୩୮ ବଲରେ ୧୧୩ ରନର ବିସ୍ଫୋରକ ଇନିଂସ ଖେଳି ନ୍ୟୁଜିଲାଣ୍ଡ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି ଅଭିଷେକ । ମାତ୍ର ୧୫ ବଲରେ ଅର୍ଦ୍ଧଶତକ ଏବଂ ୩୫ ବଲରେ ଶତକ ପୂରଣ କରି ଟି-୨୦ କ୍ରିକେଟରେ ନିଜ ଦମ୍ ଦେଖାଇଛନ୍ତି । ଅନ୍ୟପଟେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ୧୯ ବଲରେ ୪୫ ରନର ଧୂଆଁଧାର ପାଳି ଖେଳି ଭାରତକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ । ଭାରତୀୟ ବ୍ୟାଟରଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ମାତ୍ର ୫ ଓଭର ମଧ୍ୟରେ ଦଳର ସ୍କୋର ୧୦୦ ରନ୍ ଅତିକ୍ରମ କରିଥିଲା । ପାୱାରପ୍ଲେର ୬ ଓଭରରେ ଭାରତ ୧୧୮ ରନ୍ ସଂଗ୍ରହ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲା ।

Leave A Reply

Your email address will not be published.