thelifelinemedia
Latest Odisha News, Breaking News Today

ଭଦ୍ରକର ପୁରୁଣା ବଜାରରେ ୧୪୪ ଧାରା ଜାରି

ଭଦ୍ରକ: ଭଦ୍ରକର ପୁରୁଣା ବଜାର ଅଞ୍ଚଳର ରାଜନୀତି ଏବେ ଉଷ୍ମ ହୋଇଛି। ଗତ ଦୁଇ ଦିନ ତ‌ଳେ ୧୪ ନମ୍ବର ୱାର୍ଡର ସ୍ବାଧୀନ କାଉନସିଲର ଯାଜପୁର ଜିଲ୍ଲାର ଧର୍ମଶାଳାଠାରେ ବିଜେଡିରେ ମିଶିବା ଖବର ପ୍ରଚାରିତ ହେବା ପରେ ପୁରୁଣାବଜାର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସଂପୃକ୍ତ କାଉନସିଲରଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ଆଜି ଏହି କାଉନସିଲରଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମାରେ ବାହାରିଥିଲା।

ଶୋଭାଯାତ୍ରା ଆରମ୍ଭ ପରେ ପରେ ଆରମ୍ଭ ହୋଇଯାଇଥିଲା ଦୁଇ ଗୋ‌ଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ‌କେହି କାହାକୁ ଛାଡିବାର ନ ଥିଲେ। ଶୋଭାଯାତ୍ରାରେ ଯାଉଥିବା କାଉନସିଲର ଓ ତାଙ୍କ ସମର୍ଥକକୁ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ। ବିରୋଧ କରୁଥିବା ଗ୍ରାମବାସୀଙ୍କ ଦାବି ଆମେ ସ୍ବାଧୀନରେ ତମକୁ ଭୋଟ ଦେଇ ଜିତାଇଲୁ । କିନ୍ତୁ ତୁମେ ଆମକୁ ନଜଣାଇ ବିଜେଡିରେ ମିଶିଲ କାହିଁକି। ଏଭଳି ପ୍ରତିବାଦ କରି ଆଜି ପୁରୁଣାବଜାର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଠେଲାପେଲା ,ମାଡପିଟ ହୋଇଥିଲା।

Leave A Reply

Your email address will not be published.