ମୋହନାରେ ଜନନୀ ଯନ୍ତ୍ରଣା

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଦୁଇ କିଲୋମିଟର ଭାରାରେ ବୁହାହେଲେ ଗର୍ଭବତୀ । ଗଜପତି ମୋହନା ବ୍ଳକ ବୁଡ଼ାପଙ୍କା ଗାଁକୁ ରାସ୍ତା ନଥିବାରୁ କାନ୍ଧରେ ବୁହାହେଲେ ଗର୍ଭବତୀ । ଗାଁର ଜୟନ୍ତୀ ମଲ୍ଲିକଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ସ୍ୱାମୀ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଅଧାବାଟର ଅଟକି ରହିଥିଲା ଆମ୍ବୁଲାନ୍ସ । ତେବେ ପରିବାର ଲୋକେ ଗର୍ଭବତୀଙ୍କୁ ଭାରାରେ ପାଖାପାଖି ୨କିଲୋମିଟର ରାସ୍ତା ବୋହି ଆମ୍ବୁାଲାନ୍ସ ନିକଟକୁ ଆଣିଥିଲେ । କାଦୁଅରାସ୍ତା ହୋଇଥିବାରୁ ଜୟନ୍ତୀଙ୍କୁ କାନ୍ଧରେ ବସାଇ ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡ଼ିଥିଲା । ଏହାପରେ ଆମ୍ବୁଲାନ୍ସରେ ତାଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକନ୍ଦ୍ରରେ ଭର୍ତି କରାଯାଇଛି ।