thelifelinemedia
Latest Odisha News, Breaking News Today

ଏସୀୟ ପାରା କ୍ରୀଡ଼ାରେ ଚମକିଲା ଭାରତ: ଟେବୁଲ ଟେନିସ୍‌ରେ ଗୋଟିଏ ଦିନରେ ଭାରତକୁ ଆସିଲା ୫ ପଦକ

ତାମିଲନାଡୁର ରବି ବେବି ସହାନା ଏବଂ ପ୍ରାଚୀ ପାଣ୍ଡେ ଏସୀୟ ପାରା କ୍ରୀଡ଼ାରେ ‌ଟେବୁଲ ଟେନିସର ଷ୍ଟାଣ୍ଡିଙ୍ଗ ବର୍ଗରେ ପଦକ ହାସଲକାରୀ ପ୍ରଥମ ଖେଳାଳି ହୋଇଛନ୍ତି

ବ୍ୟୁରୋ: କ୍ରୀଡା ମହଲରୁ ଆସିଲା ଖୁସି ଖବର। ଜାପାନର ନାଗୋୟାରେ ଜାରି ଥିବା ଏସୀୟ ପାରା କ୍ରୀଡ଼ା ୨୦୨୬ରେ ଭାରତୀୟ ପାରା ଟେବୁଲ ଟେନିସ ଖେଳାଳିମାନେ ଇତିହାସ ରଚିଛନ୍ତି। ଟେବୁଲ ଟେନିସ ପ୍ରତିଯୋଗିତାରେ ଭାରତ ପ୍ରଶଂସନୀୟ ପ୍ରଦର୍ଶନ କରି ୫ଟି କାଂସ୍ୟ ପଦକ ହାସଲ କରିଛି। ଏଥି ସହିତ ଭାରତ ଏସୀୟ ପାରା କ୍ରୀଡ଼ାର ଇତିହାସରେ ଟେବୁଲ ଟେନିସରେ ନିଜର ପୁରୁଣା ମେଡାଲ ଟାଲିର ରେକର୍ଡ ଭାଙ୍ଗିଛି। ଏହି ଐତିହାସିକ ସଫଳତାରେ ରବି ବେବି ସହାନା ଏବଂ ପ୍ରାଚୀ ପାଣ୍ଡେଙ୍କ ପ୍ରଦର୍ଶନ ସ୍ବତନ୍ତ୍ର ଥିଲା, ଯେଉଁମାନେ ଷ୍ଟାଣ୍ଡିଙ୍ଗ କାଟାଗରିରେ ଭାରତକୁ ପ୍ରଥମ ପଦକ ଦେଇଥିଲେ।

ତାମିଲନାଡୁର ରବି ବେବି ସହାନା ଏବଂ ପ୍ରାଚୀ ପାଣ୍ଡେ ଏସୀୟ ପାରା କ୍ରୀଡ଼ାରେ ‌ଟେବୁଲ ଟେନିସର ଷ୍ଟାଣ୍ଡିଙ୍ଗ ବର୍ଗରେ ପଦକ ହାସଲକାରୀ ପ୍ରଥମ ଖେଳାଳି ହୋଇଛନ୍ତି। କ୍ଲାସ-୯ର ସେମିଫାଇନାଲ ମୁକାବିଲାରେ ସହାନାଙ୍କୁ ଚୀନର ୫ଥରର ପାରାଅଲିମ୍ପିକ ସ୍ବର୍ଣ୍ଣ ବିଜୟିନୀ ମାଓ ଜିଙ୍‌ଗଡିୟନଙ୍କ ବିପକ୍ଷରେ ୮-୧୧, ୨-୧୧, ୪-୧୧ ପରାସ୍ତ ହେବାକୁ ପଡ଼ିଥିଲା। କ୍ଲାସ ୬ର ସେମିଫାଇନାଲରେ ପ୍ରାଚୀ ପାଣ୍ଡେ ଇରାକର ପାରାଲିମ୍ପିକ ବିଜୟିନୀ ନଜଲା ଅଲ-ଦାୟେନୀଙ୍କ ଠାରୁ ୯-୧୧, ୨-୧୧, ୮-୧୧ରେ ପରାସ୍ତ ହେବାକୁ ପଡ଼ିଥିଲା। ଉଭୟ ଖେଳାଳିଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

Leave A Reply

Your email address will not be published.