thelifelinemedia
Latest Odisha News, Breaking News Today

ପଶ୍ଚିମବଙ୍ଗରେ ଥମୁନି ଡେଙ୍ଗୁ ପ୍ରକୋପ

ପଶ୍ଚିମବଙ୍ଗରେ ଥମୁନି ଡେଙ୍ଗୁ ପ୍ରକୋପ। ଦୂର୍ଗାପୂଜା ଲାଗି ଆଉ ବେଶି ସମୟ ନାହିଁ। ପୂଜା ବେଳେ ଯେପରି ଡେଙ୍ଗୁ ନିୟନ୍ତ୍ରଣରେ ରହେ ସେଥିଲାଗି ସ୍ୱାସ୍ଥ୍ୟ ଭବନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରି ଦିଯାଇଛି। ସ୍ୱାସ୍ଥ୍ୟ ବିଭାଗଙ୍କୁ ସତର୍କ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିରେ ପୂଜା ଅବସରରେ ଡାକ୍ତରଙ୍କ ଛୁଟି ବାତିଲ ସହ ରୋଷ୍ଟରରେ ଡ୍ୟୁଟି ଲାଗି ପ୍ରସ୍ତାବ ଦିଆଯାଇଛି।

ରାଜ୍ୟରେ ପୂଜା ଅବକାଶ ସପ୍ଟେମ୍ବର ୩୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖରେ ସରିବ। ତେବେ ଡାକ୍ତରଙ୍କୁ ରୋଷ୍ଟର ଅନୁସାରେ କାମ କରିବାକୁ ହେବ। ସେହି ପରି ପୂଜା ଅବକାଶରେ କୋଲକାତା ମ୍ୟୁନସିପାଲ କର୍ପୋରେସନ (କେଏମସି) କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରି ଦିଆଯାଇଛି।

ରାଜ୍ୟ ମୁଖ୍ୟ ଶାସନ ସଚିବ ଏଚ.କେ. ଦ୍ୱିବେଦୀ ଡେଙ୍ଗୁକୁ ନେଇ ଯଥା ସମ୍ଭବ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଦ୍ୱିବେଦୀ କୋଲକାତା ନଗରନିଗମ ଆୟୁକ୍ତ, ଜିଲ୍ଲାଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି।

 

Leave A Reply

Your email address will not be published.