thelifelinemedia
Latest Odisha News, Breaking News Today

ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ଯୁଦ୍ଧର ଆଶଙ୍କା: ୟୁକ୍ରେନ ରାଷ୍ଟ୍ରପତିଙ୍କ ଚାଞ୍ଚଲ୍ୟକର ଦାବି

ରୁଷିଆ ଗୁପ୍ତଚର ଉପଗ୍ରହଗୁଡ଼ିକ ନିରନ୍ତର ଉପସାଗରୀୟ ଦେଶ ଏବଂ ସେଠାରେ ଥିବା ଆମେରିକୀୟ ସାମରିକ ଘାଟିର ଉଚ୍ଚ-ରିଜୋଲ୍ୟୁସନ୍ ଚିତ୍ର ଉଠାଉଛି

କିଭ୍: ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷ ବିଷୟରେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି ଯାହା ଆମେରିକାଠାରୁ ଆରମ୍ଭ କରି ଉପସାଗରୀୟ ଦେଶ ପର୍ଯ୍ୟନ୍ତ ସମସ୍ତଙ୍କର ହୋସ୍ ଉଡାଇ ଦେଇଛି। ସେ ଅଭିଯୋଗ କରିଛନ୍ତି ଯେ, ରୁଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ କରାଯିବା ସହିତ ଇରାନକୁ ସିଧାସଳଖ ସହାୟତା ଯୋଗାଇଦେଉଛି। ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକା ସାମରିକ ଘାଟି ବିଷୟରେ ସାଟେଲାଇଟ୍ ଚିତ୍ର ଏବଂ ଗୁପ୍ତ ସୂଚନା ଇରାନକୁ ପ୍ରଦାନ କରୁଛି। ଯାହା ଫଳରେ ଇରାନ ସଠିକ୍ ଆକ୍ରମଣ କରିବାକୁ ସକ୍ଷମ ହେଉଛି।

ୟୁକ୍ରେନୀୟ ଗୁପ୍ତଚର ସଂସ୍ଥାର ଏକ ରିପୋର୍ଟ ଆଧାରରେ ଜେଲେନସ୍କି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ସୂଚନା ସେୟାର କରି କହିଛନ୍ତି ଯେ, ୟୁକ୍ରେନୀୟ ଗୁପ୍ତଚରମାନେ ଜୁଲାଇ ଆରମ୍ଭରୁ ରୁଷୀୟ ଉପଗ୍ରହଗୁଡ଼ିକର ଗତିବିଧି ଉପରେ ନଜର ରଖିଛନ୍ତି।ଜେଲେନସ୍କିଙ୍କ ଅନୁଯାୟୀ, ରୁଷିଆ ଗୁପ୍ତଚର ଉପଗ୍ରହଗୁଡ଼ିକ ନିରନ୍ତର ଉପସାଗରୀୟ ଦେଶ ଏବଂ ସେଠାରେ ଥିବା ଆମେରିକୀୟ ସାମରିକ ଘାଟିର ଉଚ୍ଚ-ରିଜୋଲ୍ୟୁସନ୍ ଚିତ୍ର ଉଠାଉଛି। ଏହି ଚିତ୍ରଗୁଡ଼ିକ ତୁରନ୍ତ ଇରାନକୁ ପଠାଯାଉଛି।

Leave A Reply

Your email address will not be published.