thelifelinemedia
Latest Odisha News, Breaking News Today

ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ପୁରୀରେ ବର୍ଷା କମିବ

ପୁରୀରେ ଶୁକ୍ରବାର ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ବଳୟ ପ୍ରଭାବରେ ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ପୁରୀରେ ଗତକାଲିଠାରୁ ବର୍ଷା ଲାଗି ରହିଥିବାବେଳେ ଗତ ୩୬ଘଣ୍ଟା ମଧ୍ୟରେ ୧୦୫.୮ମିମି ବର୍ଷା ହୋଇଛି। ବର୍ଷା ସତ୍ତ୍ବେ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଶ୍ରଦ୍ଧାଳୁମାନେ ବର୍ଷାରେ ଭିଜି ରଥ ଟାଣିଛନ୍ତି। ପୁରୀରେ ଶୁକ୍ରବାର ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ହେଲେ ମଧ୍ୟାହ୍ନ ପରେ ବର୍ଷା କମିବାର ସମ୍ଭାବନା ଅଛି।

ବୁଧବାର ରାତିରେ ଅନୁଗୁଳରେ ସର୍ବାଧିକ ୨୦୬ମିମି ବର୍ଷା ରେକର୍ଡ ହୋଇଥିବାବେଳେ ତା‌ଳଚେରରେ ୧୯୫ମିମି, ନୟାଗଡ଼ରେ ୧୧୦ମିମି,ଢେଙ୍କାନାଳରେ ୧୧୬ମିମି, ପୁରୀରେ ୮୯.୫ମିମି, ବରଗଡ଼ରେ ୭୫.୮ମିମି, ଜଗତସିଂହପୁରରେ ୯୫ମିମି ବର୍ଷା ହୋଇଥିବାବେଳେ ରାଜ୍ୟର ବହୁ ସ୍ଥାନରେ ୫୦ମିମିରୁ ଅଧିକ ବର୍ଷା ହୋଇଥିଲା ।

Leave A Reply

Your email address will not be published.