thelifelinemedia
Latest Odisha News, Breaking News Today

ବାଂଲାଦେଶରେ ନୌକା ଦୁର୍ଘଟଣା, ୨୪ ମୃତ

ଢାକା ୨୫।୯: ବାଂଲାଦେଶ ରାଜଧାନୀ ଢାକାରୁ ୪୬୮ କିଲୋମିଟର ଦୂର କରାତୋୟା ନଦୀରେ ରବିବାର ନୌକା ଓଲଟି ପଡିଛି। ଉତ୍ତର ପଞ୍ଚଗଡ଼ ଜିଲ୍ଲାରେ ହୋଇଥିବା ନୌକା ଦୁର୍ଘଟଣାରେ ଅନୁନ୍ୟ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ପଞ୍ଚଗଡ ବୋଡା ପୋଲିସର ଜନୈକ ଅଧିକାରୀ ସୁଜୟ କୁମାର ରାୟ କହିଛନ୍ତି। ମହାଳୟା ଉପଲକ୍ଷେ ଲୋକେ ବୋଦେଶରୀ ମନ୍ଦିର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଔଲିଆଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିବା ପଞ୍ଚଗଡ଼ ଉପାୟୁକ୍ତ ମହମ୍ମଦ ଜହରୁଲ ଇସ୍ଲାମ କହିଛନ୍ତି। ନୌକାଟି ଇଞ୍ଜିନରେ ଚାଲୁଥିଲା ଓ ଏଥିରେ ଯାତ୍ରା କରୁଥିବା ଆହୁରି ୨୦-୩୦ ଜଣ ଯାତ୍ରୀଙ୍କ ସନ୍ଧାନ ମିଳୁନଥିବା ସେ କହିଛନ୍ତି। ନଦୀରୁ ଶବ ଉଦ୍ଧାର ଓ ନିଖୋଜ ଲୋକଙ୍କ ସନ୍ଧାନ ଲାଗି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପଞ୍ଚଗଡ଼ ଜିଲ୍ଲାପାଳ କହିଛନ୍ତି।

ବାଂଲାଦେଶରେ ନୌକା ଦୁର୍ଘଟଣା ନୂଆ କଥା ନୁହେଁ। ପାରମ୍ପରିକ ନୌକାରେ କ୍ଷମତାରୁ ଅଧିକ ଯାତ୍ରୀ ପରିବହନ ଲାଗି ଅନେକ ସମୟରେ ନୌକା ଦୁର୍ଘଟଣା ଘଟି ଧନଜୀବନ ହାନୀ ହୁଏ। ୨୦୨୦ରେ ଦୁଇଟି ପୃଥକ ପୃଥକ ନୌକା ଦୁର୍ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରୁ ଜୁନ ମାସରେ ଗୋଟିଏ ଦୁର୍ଘଟଣା ଘଟିଥିବା ବେଳେ ଦୁଇ ମାସ ପରେ ଅଗଷ୍ଟରେ ମଧ୍ୟ ଏକ ନୌକା ଦୁର୍ଘଟଣା ହୋଇଥିଲା।

Leave A Reply

Your email address will not be published.