thelifelinemedia
Latest Odisha News, Breaking News Today

ଚାକିରିରୁ ମୋହ ତୁଟାଇଲେ ଭୁବନେଶ୍ବର ଡିସିପି, ଇସ୍ତଫାକୁ ନେଇ ପାୱାର୍ କରିଡରରେ ଚହଳ

୧୩ ବର୍ଷର ଚାକିରି, ୩ ଗୁରୁତ୍ବପୂର୍ଣ୍ଣ ପୋଲିସ ମେଡାଲ, ୨୦୧୯ରେ ପୋଲିସ ବୀରତା ପଦକ, ୨୦୨୧ରେ ପୋଲିସ ଆନ୍ତରିକ ସୁରକ୍ଷା ସେବା ପଦକ ଓ ୨୦୨୩ରେ ରାଜ୍ୟପାଳ ପଦକ

ଭୁବନେଶ୍ୱର:ଇଣ୍ଡିଆନ୍ ପୋଲିସ ସର୍ଭିସ୍ ଭଳି ସମ୍ମାନଜନକ ଚାକିରିରୁ କାହିଁକି ମୋହ ତୁଟାଇଲେ ଭୁବନେଶ୍ବର ଡିସିପି ଜଗମୋହନ ମୀନା ? ଇସ୍ତଫା ପୂର୍ବରୁ ନା କେବେ ସେ ଚର୍ଚ୍ଚାରେ ଥିଲେ, ନା କୌଣସି ବଡ଼ ବିବାଦରେ ଫସିଥିଲେ।୧୩ ବର୍ଷର ଚାକିରି, ୩ ଗୁରୁତ୍ବପୂର୍ଣ୍ଣ ପୋଲିସ ମେଡାଲ, ୨୦୧୯ରେ ପୋଲିସ ବୀରତା ପଦକ, ୨୦୨୧ରେ ପୋଲିସ ଆନ୍ତରିକ ସୁରକ୍ଷା ସେବା ପଦକ ଓ ୨୦୨୩ରେ ରାଜ୍ୟପାଳ ପଦକ। ଗଞ୍ଜାମରୁ ଅନୁଗୁଳ ଯାଏଁ ବନିଥିଲେ ଏସପି। ପରେ କଟକ ଓ ତା’ପରେ ୨୦୨୫ ଫେବ୍ରୁଆରୀରୁ ଭୁବନେଶ୍ବର ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଡିସିପି ଦାୟିତ୍ବ ତୁଲାଉଥିଲେ।

ଯୁବ IPS ଜଗମୋହନ ମୀନା ଜଣେ ଦକ୍ଷ IIT ପାସଆଉଟ। ବି-ଟେକ୍ ପରେ ଏମଟେକ୍ ମଧ୍ୟ କରିଛନ୍ତି। ଆଇଟି ଟେକ୍ନୋଲୋଜିରେ ଧୂରନ୍ଧର ଜଗମୋହନ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେବାପରଠୁ ସାଇବର ଅପରାଧ ସଂପର୍କିତ ମାମଲାକୁ ବେଶ ଗୁରୁତ୍ବ ଦେଉଥିଲେ। ରାଜ୍ୟ ତଥା ରାଜ୍ୟ ବାହାରୁ ଏକାଧିକ ସାଇବର ଅପରାଧୀଙ୍କୁ ବାନ୍ଧିବା କ୍ଷେତ୍ରରେ ଦେଶରେ ବେଶ ଚର୍ଚ୍ଚିତ ନାଁ ଜଗମୋହନ ମୀନା। କିନ୍ତୁ ଗତ କିଛିଦିନ ତଳେ ଚୁପଚାପ୍ ନିଜର ଇସ୍ତଫା ପତ୍ର ପକାଇଦେଇଛନ୍ତି। ଯାହା ଏଯାଏଁ ଗ୍ରହଣ ଅପେକ୍ଷାରେ ରହିଛି।

Leave A Reply

Your email address will not be published.