thelifelinemedia
Latest Odisha News, Breaking News Today

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ୪୮ ଘଣ୍ଟାରେ ଲଘୁଚାପ ହେବ ଅବପାତ ! 

ଉପକୂଳ ଜିଲ୍ଲାରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ଗତି ବଢ଼ିପାରେ । ପୁଣି ଅସମ୍ଭାଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇପାରେ ବୋଲି ପାଣିପାଗ ଵିଭାଗ କହିଛି

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର।୪୮ ଘଣ୍ଟାରେ ଲଘୁଚାପ ଅବପାତ ରୂପ ନେଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ ବାତ୍ୟାର ରୂପ ନେବ କି ଅବପାତ ? ରାଜ୍ୟ ଉପରେ କଣ ରହିବ ପ୍ରଭାବ ? କାଲିଠୁ ୧୭ ଯାଏଁ ପାଗରେ ବଡ଼ ପରିବର୍ତ୍ତନ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ଲଘୁଚାପ ସୃଷ୍ଟି ହେବା ପରେ ମୌସୁମୀର ଅଗ୍ରଗତି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । ରାଜ୍ୟରେ ମେ ମାସ ମଧ୍ୟ ଭାଗରେ କାଳବୈଶାଖୀ, ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ପବନ ଓ ବର୍ଷା ପରିମାଣ ବଢ଼ିପାରେ । ଉପକୂଳ ଜିଲ୍ଲାରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ଗତି ବଢ଼ିପାରେ । ପୁଣି ଅସମ୍ଭାଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇପାରେ ବୋଲି ପାଣିପାଗ ଵିଭାଗ କହିଛି।ସେପଟେ ଆସନ୍ତା ୧୭ ତାରିଖ ବେଳକୁ ଆଉ ଏକ ଲଘୁଚାପ ଥାଇଲାଣ୍ଡ ଉପକୂଳ ରେ ସୃଷ୍ଟି ହେବ। ଯାହା ପ୍ରଭାବରେ ଆଣ୍ଡାମାନ ରେ ଶୀଘ୍ର ପ୍ରବେଶ କରିବ ମୌସୁମୀ ବାୟୁ।

Leave A Reply

Your email address will not be published.