thelifelinemedia
Latest Odisha News, Breaking News Today

ଜି ୭ ଦେଶ ପ୍ରାଇସ କ୍ୟାପ ଲାଗୁ କଲେ, ବିଶ୍ୱ ବଜାରକୁ ତୈଳ ରପ୍ତାନୀ ହେବ ବନ୍ଦ

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ ଶେଷ ହେବାର ନାଁ ଧରୁ ନାହିଁ । ଅନ୍ୟପଟେ ରୁଷ ବିଶ୍ୱର ଅନ୍ୟ ମହାଶକ୍ତିଙ୍କୁ ଗୋଟିଏ ପରେ ଗୋଟିଏ ଚେତାବନୀ ଜାରି କରୁଛି । ଭାରତର ଅବସ୍ଥାପତି ରୁଷ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ୍ ଶୁକ୍ରବାର କହିଛନ୍ତି ଯଦି ଜି ୭ ଦେଶ ଦ୍ୱାରା ପ୍ରାଇସ କ୍ୟାପ (ତେଲ ମୂଲ୍ୟର ସୀମା) ଲାଗୁ କରାଯାଏ ତେବେ ସେ ବିଶ୍ୱ ବଜାରକୁ ତୈଳ ରପ୍ତାନୀ ବନ୍ଦ କରି ଦେବ । ଡେନିସ୍ ଆଲିପୋଭ୍ ଏକ ସମ୍ୱାଦିକ ସମ୍ମିଳନୀ ଏହି କଥା କହିଛନ୍ତି ।

ସେ କହିଛନ୍ତି, ଆମେରିକାର ନେତୃତ୍ୱରେ ନିଆଯାଉଥିବା ଏପରି କୌଣସି ପଦକ୍ଷେପରେ ଭାରତ ସାମିଲ ହେବ ନାହିଁ ବୋଲି ଆମର ବିଶ୍ୱାସ ରହିଛି । ରୁଷ ରାଷ୍ଟ୍ରଦୂତ କହିଛନ୍ତି, ଯଦି ଏପରି କୌଣସି ପଦକ୍ଷେପ ନିଆଯାଏ ତେବେ ଭାରତ ନିଜର ହିତକୁ ନଜରରେ ରଖିବ, ବର୍ତ୍ତମାନ ସୁଦ୍ଧା ଭାରତ ଏହି ଦୃଷ୍ଟିକୋଣ ଆପଣାଇଛି ।

ଡେନିସ୍ ଆଲିପୋଭ୍ କହିଛନ୍ତି, ରୁଷ ଏପରି କୌଣସି ମ୍ୟାକେନିଜମରୁ ଅନୁସରଣ କରିବ ନାହିଁ ଯାହା ତାହାର ବାଣିଜ୍ୟ ହିତକୁ କ୍ଷତି ପହଞ୍ଚାଇବ । ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ପ୍ରଭାବୀ କରିବା ପାଇଁ ଜି ୭ ଦେଶ ଏବଂ ୟୁରୋପୀୟ ସଂଘ କ୍ରେମଲିନର ରାଜସ୍ୱକୁ ସୀମିତ କରିବା ପାଇଁ ରୁଷର ଅଶୋଧିତ ଏବଂ ପ୍ରାକୃତିକ ଉତ୍ପାଦ ଉପରେ ମୂଲ୍ୟ ସୀମା ନିର୍ଦ୍ଧାରଣ କରିଛନ୍ତି ।

Leave A Reply

Your email address will not be published.