ପୁଣି ଅଡୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ

ପୁଣି ଅଡୁଆରେ ପଡିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଓ ତାଙ୍କର ୩ଜଣ ସନ୍ତାନଙ୍କ ଉପରେ ଲାଗିଛି ଠକେଇ ଅଭିଯୋଗ । ଟ୍ରମ୍ପ, ତାଙ୍କ ପରିବାର ଓ ଟ୍ରମ୍ପ ଅରଗାନଇଜେନ ବିରୋଧରେ ନ୍ୟୁର୍ୟକର ଏକ ସରକାରୀ ଆଇଜନୀବି ଲେଥିଆର ଜେମସ ଏହି ମାମଲା ରୁଜୁ କରିଛନ୍ତି । ପ୍ରାୟ ୧୦ବର୍ଷ ହେବ ଟ୍ରମ୍ପ ଓ ତାଙ୍କ ଦ୍ୱାରା ପରିଚାଳିତ ଏକ ସଂସ୍ଥା ଜାଲିଆତି କରୁଥିବା ଅଭିଯୋଗ ହୋଇଛି ।
ଡୋନାଲ୍ଡ ଟ୍ରମ୍ପ, ପୁଅ ଜୁନିୟର ଟ୍ରମ୍ପ, ଦୁଇ ଝିଅ ଇଭାଙ୍କା ଓ ଇରିକ ଟ୍ରମ୍ପଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି । ୨ଶହ ପୃଷ୍ଠା ବିଶିଷ୍ଠ ଅଭିଯୋଗ ପତ୍ରରେ କୁହାଯାଇଛି କି ଟ୍ରମ୍ପ ନିଜର ସମ୍ପତି ମୂଲ୍ୟ ଅଧିକ ଥିବା ଦର୍ଶାଇ ବିଭିନ୍ନ ବ୍ୟାଙ୍କ, ଇନୁସୁରାନ୍ସ କମ୍ପାନୀ ଓ ବୀମାକାରୀଙ୍କୁ ଠକିଛନ୍ତି ।