thelifelinemedia
Latest Odisha News, Breaking News Today

ଭିଣୋଇ ସହ ମିଶି ପ୍ରେମିକକୁ ହତ୍ୟା: ଘଟଣାର ପର୍ଦ୍ଦାଫାଶ କଲା ଭଣ୍ଡାରିପୋଖରୀ ପୋଲିସ

ଗତ ୩ ତାରିଖରେ ଯୁବକଙ୍କୁ ବେଙ୍ଗଳୁରୁରୁ ଡକାଇଥିଲେ ନାବାଳିକା ପ୍ରେମିକା। ୪ ତାରିଖରେ ବିରିଡ଼ିରେ ପହଞ୍ଚିବା ପରେ ଯୁବକଙ୍କୁ ଦେଖା କରିଥିଲେ

ଭଦ୍ରକ: ଟ୍ରେନ୍‌ ଲାଇନ କଡ଼ରୁ ଯୁଵକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣା। ନାବାଳିକା ପ୍ରେମିକା ଓ ତାର ସାଙ୍ଗ ଅଟକ, ପ୍ରେମିକାର ଭିଣୋଇ ଗିରଫ ହୋଇଛନ୍ତି। ୩ ଜଣ ମିଶି ଯୁବକଙ୍କୁ ହତ୍ୟା କରିଥିବା କହିଲା ଭଣ୍ଡାରିପୋଖରୀ ପୋଲିସ। ଯୁବକଙ୍କ ସହ ନାବାଳିକାଙ୍କ ପ୍ରେମ ସଂପର୍କ ଥିଲା, କିନ୍ତୁ ପରେ ମନା କରିଥିଲା। ନାବାଳିକା ମନା କରିବା ସହ ଭିଣୋଇ ସହ ମିଶି ହତ୍ୟା ଯୋଜନା କରିଥିଲା।

ଗତ ୩ ତାରିଖରେ ଯୁବକଙ୍କୁ ବେଙ୍ଗଳୁରୁରୁ ଡକାଇଥିଲେ ନାବାଳିକା ପ୍ରେମିକା। ୪ ତାରିଖରେ ବିରିଡ଼ିରେ ପହଞ୍ଚିବା ପରେ ଯୁବକଙ୍କୁ ଦେଖା କରିଥିଲେ। ଭିଣୋଇ ପଥରରେ ମୁଣ୍ଡକୁ ଛେଚିଲେ, ଶାଳୀ ଓ ସାଙ୍ଗ ହାତଗୋଡ଼କୁ ମାଡ଼ି ବସିଥିଲେ। ପୁରା ଘଟଣାକୁ ନେଇ ଛାନଭିନ ଆରମ୍ଭ କରିଥିଲା ପୋଲିସ୍। ଘଟଣାର ମୂଳ ପର୍ଯ୍ୟନ୍ତ ଯାଇ ଅସଲ ଖିଅ ଖୋଜିବାରେ ସଫଳ ହୋଇଥିଲା ପୋଲିସ୍।

Leave A Reply

Your email address will not be published.