ଧୋଇଯିବ କି ଭାରତ ପାକ୍ ମ୍ୟାଚ୍:ବର୍ଷା ଯୋଗୁଁ ଧୋଇପାରେ ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍
ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବାରୁ ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଛନକା ପଶିଛି। ଯଦି ଠିକ୍ ସମୟରେ ବର୍ଷା ହୁଏ ତା ହେଲେ ମ୍ୟାଚ୍ ପ୍ରଭାବିତ ହେବା ଆଶଙ୍କା
ବ୍ୟୁରୋ:ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଏହା ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳ ମୁହାଁ ହେବା ସମ୍ଭାବନା ଥିବାରୁ କଲମ୍ବୋରେ ଭାରତ-ପାକ୍ ମ୍ୟାଚ୍ ଥିବାରୁ ପ୍ରଭାବିତ ହେବା ଆଶଙ୍କା ରହିଛି। ଯଦିଓ ଏ ସଂପର୍କରେ IMD ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନି। କିନ୍ତୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବାରୁ ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଛନକା ପଶିଛି। ଯଦି ଠିକ୍ ସମୟରେ ବର୍ଷା ହୁଏ ତା ହେଲେ ମ୍ୟାଚ୍ ପ୍ରଭାବିତ ହେବା ଆଶଙ୍କା ରହିଛି।
ସୂଚନା ଯୋଗ୍ୟ, ଆସନ୍ତା 15 ତାରିଖ ଅର୍ଥାତ ରବିବାର ଏହି ହାଇ ଭୋଲେଟେଜ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଉପରେ ବିଶ୍ଵ କ୍ରିକେଟର ନଜର ରହିଛି। ଏବେ ଶ୍ରୀଲଙ୍କା କଲୋମ୍ବକୁ ଛୁଟୁଛନ୍ତି କ୍ରିକେଟ ପ୍ରେମୀ । ଭାରତରୁ 4 ଘଣ୍ଟା ଯାତ୍ରା ପାଇଁ ବିମାନ ଦର 90 ହାଜର ରୁ 1 ଲକ୍ଷ ଟଙ୍କା ରହିଛି।ତଥାପି କମୁନି କ୍ରିକେଟ କ୍ରେଜ୍ । ଶ୍ରୀଲଙ୍କା କଲୋମ୍ବରେ ବି ହୋଟେଲ ଓ ଲଜ୍ ବୁକିଂ ଆକାଶ ଛୁଆଁ ରହିଛି। ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ବେପାର ଜମିଲାଣି ଶ୍ରୀଲଙ୍କାରେ। ତେଣୁ ବର୍ଷା ହେଲେ ମ୍ୟାଚ୍ ପାଣିଚିଆ ହେବା ନେଇ ଅନୁମାନ ହେଉଛି।