thelifelinemedia
Latest Odisha News, Breaking News Today

ଆଜି ସର୍ବଭାରତୀୟ ୧୨ ଘଣ୍ଟିଆ ଭାରତ ବନ୍ଦ…ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ…୧୦ଟି ଶ୍ରମିକ ଓ ସ୍ବାଧୀନ ଫେଡେରେସନ୍‌ ପକ୍ଷରୁ ଧର୍ମଘଟ

ଜୟଦେବ ବିହାରରେ ବର ଗାଡ଼ିକୁ ଅଟକାଇଲେ ଆନ୍ଦୋଳନକାରୀ। ବରଯାତ୍ରୀ ସହ ବର ହୀନସ୍ତା ହୋଇଛନ୍ତି। ବିଭିନ୍ନ ଜାଗାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ସର୍ବଭାରତୀୟ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ଓଡ଼ିଶାରେ ପ୍ରଭାବ ପଡ଼ିଛି। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ‘ଆମ ବସ୍‌’ ଡିପୋରେ ତାଲା ପଡିଛି। ଗେଟ୍‌ରେ ତାଲା ପକାଇ ଶ୍ରମିକ ସଂଗଠନ କର୍ମକର୍ତ୍ତାଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି।ଭାରତ ବନ୍ଦ ବେଳେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଭୁବନେଶ୍ୱର ଜୟଦେବ ବିହାରରେ ବର ଗାଡ଼ିକୁ ଅଟକାଇଲେ ଆନ୍ଦୋଳନକାରୀ। ବରଯାତ୍ରୀ ସହ ବର ହୀନସ୍ତା ହୋଇଛନ୍ତି। ବିଭିନ୍ନ ଜାଗାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।

 

ସେହିପରି ସମ୍ବଲପୁର ଅଇଁଠାପାଲିରେ ଏନ୍‌ଏଚ୍‌ ୫୫ ଅବରୋଧ। ଅଇଁଠାପାଲି ଛକରେ ଏନ୍‌ଏଚ୍‌ ୫୫ ଅବରୋଧ କରିଛନ୍ତି ପ୍ରତିବାଦକାରୀ।ରାସ୍ତା ଅବରୋଧ କରି ଆନ୍ଦୋଳନକାରୀଙ୍କ ପ୍ରତିବାଦ। ସହରର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ପଡ଼ିଛି। ବ୍ରହ୍ମପୁର ରେଳଷ୍ଟେସନରେ ଧାରଣା ଦେଖିବାକୁ ମିଳିଛି। ବିଭିନ୍ନ ଶ୍ରମିକ ସଂଗଠନ ଧାରଣା ଦେଇଛନ୍ତି। ସହରର ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି।

Leave A Reply

Your email address will not be published.