ମହା ଶିବରାତ୍ରୀରେ ହାଇଭୋଲ୍ଟେଜ୍ ମ୍ୟାଚ୍: ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ,କ୍ରିକେଟ କ୍ରେଜ୍ ଦେଖି କଲୋମ୍ବକୁ ବିମାନ ଦର ବୃଦ୍ଧି
ଭାରତରୁ 4 ଘଣ୍ଟା ଯାତ୍ରା ପାଇଁ ବିମାନ ଦର 90 ହାଜର ରୁ 1 ଲକ୍ଷ ଟଙ୍କା ରହିଛି।ତଥାପି କମୁନି କ୍ରିକେଟ କ୍ରେଜ୍ । ଶ୍ରୀଲଙ୍କା କଲୋମ୍ବରେ ବି ହୋଟେଲ ଓ ଲଜ୍ ବୁକିଂ ଆକାଶ ଛୁଆଁ ରହିଛି
ବ୍ୟୁରୋ: କଲୋମ୍ବରେ ଖେଳାଯିବ ହାଇଭୋଲ୍ଟେଜ୍ ମ୍ୟାଚ୍ ।ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ। ଏବେ ଶ୍ରୀଲଙ୍କା କଲୋମ୍ବକୁ ଛୁଟୁଛନ୍ତି କ୍ରିକେଟ ପ୍ରେମୀ । ଭାରତରୁ 4 ଘଣ୍ଟା ଯାତ୍ରା ପାଇଁ ବିମାନ ଦର 90 ହାଜର ରୁ 1 ଲକ୍ଷ ଟଙ୍କା ରହିଛି।ତଥାପି କମୁନି କ୍ରିକେଟ କ୍ରେଜ୍ । ଶ୍ରୀଲଙ୍କା କଲୋମ୍ବରେ ବି ହୋଟେଲ ଓ ଲଜ୍ ବୁକିଂ ଆକାଶ ଛୁଆଁ ରହିଛି। ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ବେପାର ଜମିଲାଣି ଶ୍ରୀଲଙ୍କାରେ।
ଭାରତ ଓ ପାକିସ୍ତାନ ଗୋଟିଏ ମ୍ୟାଚରେ 4000 କୋଟି ରାଜସ୍ବ ଆଦାୟ ହୁଏ । କ୍ରିକେଟ ସହ ଜଡ଼ିତ ସମସ୍ତେ ଇଥିରୁ ଫାଇଦା ପାଆନ୍ତି। ଆଇସିସି, ପିସିବି ସହ ବିଭିନ୍ନ ପ୍ରସାରଣକାରି ସଂସ୍ଥା ଲାଭବାନ ହୁଅନ୍ତି। ଏଭଳି ସ୍ଥିତିରେ ଶ୍ରିଲଙ୍କା କଲୋମ୍ୱରେ ବେପାର ଜମିଲାଣି। ଯାହା ଜଣାପଡିଛି, ଭାରତ ପାକିସ୍ତାନ ମ୍ୟାଚ୍ ଦିନ ଆଉ କୌଣସି ହୋଟେଲ ଲଜ୍ ଖାଲି ନାହିଁ। ଅର୍ଥାତ୍ 15 ଫେବୃଆରୀ ପାଈଁ ସବୁ ବୁକିଙ୍ଗ ସରିଛି। ଯେତିକି ଟଙ୍କାରେ ଵୁକିଂ ହେବା କଥା କ୍ରିକେଟ କ୍ରେଜ୍ କୁ ଦେଖି ଅଧିକ ଚଢ଼ା ଦରରେ ବୁକୀଙ୍ଗ ହୋଇଛି। ଏମିତିକି ଭାରତରୁ ଶ୍ରୀଲଙ୍କା ବିମାନ ଯାତ୍ରା ପାଇଁ 90 ହଜାର ଟଙ୍କା ଦେବାକୁ ପଡୁଛି। ଯାହା ପୁର୍ବଦିନ ଗୁଡ଼ିକରେ ଏହି ଦର ଅପେକ୍ଷାକୃତ ବହୁତ୍ କମ। ମାତ୍ର 4 ଘଣ୍ଟାର ଯାତ୍ରା ପାଇଁ 90 ରୁ ଲକ୍ଷେ ଟଙ୍କା ବିମାନ ଭଡ଼ା ଦେବାକୁ ପଡୁଛି। ତଥାପି କ୍ରିକେଟ ପ୍ରେମୀ ଅଧିକ ଟଙ୍କା ଦେଇ ବିମାନ ଟିକେଟ ବୁକିଙ୍ଗ କରିଛନ୍ତି।