thelifelinemedia
Latest Odisha News, Breaking News Today

ବଲାଙ୍ଗିରରେ ବିଦ୍ୟୁତ୍ ତାର ଚୋରି: ଏସ୍‌ପି ଅଫିସ୍‌ ଘେରିଲେ ସ୍ଥାନୀୟ ବାସିନ୍ଦା 

ଜଳ ଯୋଗାଣ ପ୍ରକଳ୍ପର ବିଦ୍ୟୁତ ତାର ଚୋରି ହୋଇଥିଲା। ସରପଞ୍ଚଙ୍କ ଅଭିଯୋଗ ପରେ ପୋଲିସ ୨ ଜଣଙ୍କୁ ଉଠାଇ ଆଣି ଛାଡ଼ି ଦେଇଥିଲା

ଵଲାଙ୍ଗିର: ବଲାଙ୍ଗିରରେ ଏସ୍‌ପି ଅଫିସ୍‌ ଘେରିଲେ ଶତାଧିକ ମହିଳା ଓ ପୁରୁଷ। କୁସମେଲ ସରପଞ୍ଚଙ୍କୁ ପୋଲିସ ଅଟକ ରଖି ପରେ ଛାଡ଼ିବାକୁ ନେଇ ତାତିଲେ। ଥାନା ଘେରାଉ, ରାସ୍ତା ଅବରୋଧ ପରେ ଏସ୍‌ପି ଅଫିସ୍‌ ଘେରିଲେ। ନିକଟରେ ଜଳ ଯୋଗାଣ ପ୍ରକଳ୍ପର ବିଦ୍ୟୁତ ତାର ଚୋରି ହୋଇଥିଲା। ସରପଞ୍ଚଙ୍କ ଅଭିଯୋଗ ପରେ ପୋଲିସ ୨ ଜଣଙ୍କୁ ଉଠାଇ ଆଣି ଛାଡ଼ି ଦେଇଥିଲା। ଏହାର ପ୍ରତିବାଦରେ ଆଜି ଏସ୍‌ପି ଅଫିସ୍ ଘେରାଉ ଯୋଜନା ଥିଲା।ଘେରାଉ ପୂର୍ବରୁ ସରପଞ୍ଚଙ୍କୁ ଉଠାଇ ଆଣି ପରେ ଛାଡ଼ିବାରୁ ଉତ୍ତେଜନା ଦେଖାଦେଇଛି।

ଅନ୍ୟପଟେ ପୁରା ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ। କଲେ କିଛି ଅଘଟଣ ଘଟିବ ସେ ନେଇ ସୁରକ୍ଷା କର୍ମୀ ଘଟଣା ଉପରେ ତୀକ୍ଷ୍ମ ନଜର ରଖିଛନ୍ତି।ଜଳ ଯୋଗାଣ ପ୍ରକଳ୍ପର ବିଦ୍ୟୁତ ତାର ଚୋରି ଘଟଣାକୁ ନେଇ ତାତିଛନ୍ତି ଲୋକେ।

Leave A Reply

Your email address will not be published.