ଆରାବଳୀ ପର୍ବତକୁ ବଡ ଆଶ୍ୱସ୍ତି:ଖଣି ଖନନ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ଓ ଜଙ୍ଗଲ ପରିବେଶ ମନ୍ତ୍ରାଳୟ
ଆରାବଳୀ ପର୍ବତମାଳାର ଅସ୍ତିତ୍ୱକୁ ନେଇ ଦେଖାଦେଇଛି ସଙ୍କଟ । ଯଦି ନଷ୍ଟ ହୁଏ ଆରାବଳୀ ତାହେଲେ ଧ୍ୱଂସ ହୋଇଯିବ ଅନେକ ସ୍ଥାନ । ସେଇଥି ଲାଗି ତ ଏହାକୁ ବିରୋଧ କରି ଅନଲାଇନରେ ଆରମ୍ଭ ହୋଇଥିଲା ’ସେଭ୍ ଆରାବଲୀ’ ଅଭିଯାନ
ନୂଆଦିଲ୍ଲୀ: ଆରାବଳୀ ପର୍ବତକୁ ବଡ ଆଶ୍ୱସ୍ତି । ଆରାଵଳୀରେ ଖଣି ଖନନ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ଓ ଜଙ୍ଗଲ ପରିବେଶ ମନ୍ତ୍ରାଳୟ। ଖଣି ଉତ୍ତୋଳନ ପାଇଁ ଲିଜ ଦିଆ ଯିବନି କହିଲେ କେନ୍ଦ୍ର ସରକାର। ସେଭ ଆରାବଳୀ ଅଭିଯାନ ପରେ ଶେଷରେ ଏପରି ପଦକ୍ଷେପ ନେଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ।ନିକଟରେ ଖଣି ଖନନ ପାଇଁ ସୁପ୍ରିମକୋର୍ଟରେ ନିଟିସନ୍ ଦାଏର କରିଥିଲେ କେନ୍ଦ୍ର ସରକାର । ଉଚ୍ଚନ୍ୟାୟାଳୟ କହିଥିଲେ, ୧୦୦ ମିଟରୁ ଅଧିକ ଉଚ୍ଚତାର ପାହାଡ଼ିଆ କ୍ଷେତ୍ର ହିଁ ଆରାବଲୀର ଅଂଶ । କିନ୍ତୁ ୧୦୦ ମିଟରରୁ କମ୍ ଉଚ୍ଚତାର ପାହାଡ଼ ଆରାବଳୀର ଅଂଶ ନୁହେଁ । ଏହା ଅର୍ଥ ସେସବୁ ଅଞ୍ଚଳରେ ଖନନ ହେବ, ଜଙ୍ଗଲ ସଫା ହେବ, ନିର୍ମାଣ କାର୍ଯ୍ୟ ହେବ । ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ । ଯାହାକୁ ନେଇ ଦେଶ ସାରା ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା ଆରାବଳୀ ସୁରକ୍ଷା ଅଭିଯାନ।
ଦିଲ୍ଲୀରୁ ହରିୟାଣା, ରାଜସ୍ଥାନରୁ ଗୁଜରାଟକୁ ବ୍ୟାପିଛି ଆରାବଳୀ । ଆରାବଳୀରେ ଖଣି ଖନନ ଯୋଗୁଁ ବଡ଼ ବିପଦ ଘନେଇବାରେ ଲାଗିଛି।ଆରାବଳୀ ପର୍ବତମାଳାର ଅସ୍ତିତ୍ୱକୁ ନେଇ ଦେଖାଦେଇଛି ସଙ୍କଟ । ଯଦି ନଷ୍ଟ ହୁଏ ଆରାବଳୀ ତାହେଲେ ଧ୍ୱଂସ ହୋଇଯିବ ଅନେକ ସ୍ଥାନ । ସେଇଥି ଲାଗି ତ ଏହାକୁ ବିରୋଧ କରି ଅନଲାଇନରେ ଆରମ୍ଭ ହୋଇଥିଲା ’ସେଭ୍ ଆରାବଲୀ’ ଅଭିଯାନ ।ଏବେ କେନ୍ଦ୍ର ସରକାର ଖଣି ଖନନ ଉପରେ ରୋକ୍ ଲଗାଇବା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ବସ୍ତ କରିଛି।