thelifelinemedia
Latest Odisha News, Breaking News Today

ଭୁଲ୍ DPR ଯୋଗୁଁ ଦୁର୍ଘଟଣା: ଗଡ଼କରୀ

ଭୁବନେଶ୍ୱର: ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ।

ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ଗଡ଼କରୀଙ୍କ ଉଦ୍‌ବେଗ ପ୍ରକାଶ। ସଡ଼କ ଦୁର୍ଘଟଣାକୁ ସମାପ୍ତ କରିବାକୁ ହେବ କହିଲେ ଗଡ଼କରୀ
ଦୁର୍ଘଟଣାରେ ଦୈନିକ ୪୨୦ ଜଣଙ୍କ ମୃତ୍ୟୁ, ୬୬% ୧୮ରୁ ୩୬ ବର୍ଷ ବୟସର।

ସଡ଼କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ, ରୋଡ୍‌ ଇଞ୍ଜିନିୟରିଂରେ ତ୍ରୁଟି ହେବାକୁ ଦେବାନି। DPRରେ ତ୍ରୁଟି ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟେ ବୋଲି ଗଡ଼କରୀ କହିଛନ୍ତି।

ଆମେ ଏହାକୁ ହାଲୁକା ଭାବେ ନେଇ କୌଣସି ସୁଧାର କରି ନଥାଉଭୂସ୍ଖଳନ ସ୍ଥାନ ଓ ବ୍ଲାକ୍ ସ୍ପଟ୍ ଚିହ୍ନଟ କରନ୍ତୁ, ସଡ଼କ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଉ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.