ଦାଦାବଟି ମାଗିବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର ୧୬/୦୯: ଦାଦାବଟି ମାଗି ୩ ଯୁବକ ଗିରଫ ହୋଇଛନ୍ତି। ଦାଦା ବଟି ମାଗିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଲିଙ୍ଗରାଜ ମନ୍ଦିର ପାଖରେ ଛେନା ବିକ୍ରିକରୁଥିବା ଜଣେ ବ୍ୟବସାୟୀଙ୍କୁ ଏହି ଯୁବକମାନେ ୧୦ ହଜାର ଟଙ୍କା ମାଗିଥିଲେ। ଏନେଇ ପୋଲିସ ପାଖେ ଅଭିଯୋଗ କଲେ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଅଭିଯୁକ୍ତମାନେ ଧମକ ଦେଇଥିଲେ। ଏହି ତିନି ଜଣଙ୍କୁ ପୋଲିସ ଗିରଫ କରିବା ପରେ ଅଦାଲତ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ଯୁବକମାନଙ୍କ ପାଖରୁ ପୋଲିସ ଏକ ପଲସର ୨୨୦ ଏଫ୍ ବାଇକ୍ ଜବତ କରିଛି।