thelifelinemedia
Latest Odisha News, Breaking News Today

ବିଇଡି ନାମ ଲେଖାକୁ ନେଇ ଠକେଇ; ଆନ୍ଧ୍ରପ୍ରଦେଶରୁ ଜଣଙ୍କୁ ଗିରଫ କଲା ପୋଲିସ

ଚଣ୍ଡୀଖୋଲ ୧୫/୦୯: ଆନ୍ଧ୍ରପ୍ରଦେଶରେ ବିଇଡି ନାମ ଲେଖାଇବାକୁ କହି ଛାତ୍ର ଛାତ୍ରୀଙ୍କ ଠାରୁ ଠକେଇ ଅଭିଯୋଗ। ଏହି ଅଭିଯୋଗରେ ଆନ୍ଧ୍ରପ୍ରଦେଶରୁ ଜଣକୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଅଭିଜିତ୍‌ ବୋଲି ଜଣାପଡ଼ିଛି। ଖବର ଅନୁସାରେ, ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଛାତ୍ରଛାତ୍ରୀ ମାନେ ବିଇଡି ନାମ ଲେଖାଇବାକୁ ଧର୍ମଶାଳାର ଅଭିଜିତ ଦାସଙ୍କୁ ଟଙ୍କା ସହିତ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ। କିନ୍ତୁ ପରୀକ୍ଷା ଦିନ ଛାତ୍ରଛାତ୍ରୀମାନେ ବିଇଡି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ।

ଏନେଇ ଅଭିଜିତଙ୍କୁ ଯୋଗାଯୋଗ କରିବାରୁ ଅଭିଜିତ ଧରା ଛୁଆଁ ଦେଇ ନଥିଲା। ଫଳରେ ଛାତ୍ରଛାତ୍ରୀମାନେ ଗତ ଜୁଲାଇ ୨୧ରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବହୁ ଦିନ ପରେ ଧର୍ମଶାଳା ପୋଲିସକୁ ମିଳିଛି ସଫଳତା। ପୋଲିସ ଅଭିଜିତଙ୍କୁ ଆନ୍ଧ୍ରପ୍ରଦେଶରୁ ଗିରଫ କରି ଅଦାଲତ ଚାଲାଣ କରିଛି। ଠକେଇର ଶୀକାର ହୋଇଥିବା ଛାତ୍ରଛାତ୍ରୀମାନେ ଟଙ୍କା ଫେରି ପାଇବାକୁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି।

Leave A Reply

Your email address will not be published.