thelifelinemedia
Latest Odisha News, Breaking News Today

ନବୀନଙ୍କ ଜନ୍ମଦିନ: 79 ବର୍ଷରେ ପାଦ ଦେଲେ ନବୀନ

ଭୁବନେଶ୍ଵର: ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । 79 ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସଂଘର୍ଷ ରୁ ଶୀର୍ଷ । 24 ବର୍ଷର ମୁଖ୍ୟମନ୍ତ୍ରୀତ୍ୱର ରେକର୍ଡ଼ ।ଜାତୀୟ ରାଜନୀତିରେ ପ୍ରଭାବୀ ବ୍ୟକ୍ତିତ୍ଵ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜନ୍ମଦିନ ଅବସରରେ ଭୁବନେଶ୍ଵର ଗଙ୍ଗନଗର ୱାର୍ଡ ନମ୍ବର ୫୨ ରେ ନବୀନ ଜନସମ୍ପର୍କ ପଦଯାତ୍ରା କରିଥିଲେ । ଏହି ଅବସରରେ ଦଳର କର୍ମୀମାନେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏନେଇ ଭୁବନେଶ୍ଵର ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା।

ସେହିପରି ଜନ୍ମ ଦିନ ଅବସରରେ ତାଙ୍କୁ ଚାରିଆଡୁ ଶୁଭେଛାର ସୁଅ ଛୁଟୁଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଶୁଭେଛା। ଫୋନ୍‌ରେ କଥା ହୋଇ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କଲେ ପ୍ରାର୍ଥନା।

Leave A Reply

Your email address will not be published.