thelifelinemedia
Latest Odisha News, Breaking News Today

ଭାରତ ରପ୍ତାନୀ ଉପରେ ରୋକ ଲଗାଇବା ପରେ ବିଶ୍ୱ ବଜାରରେ ମହଙ୍ଗା ହେଲା ଚାଉଳ

ନୂଆଦିଲ୍ଲୀ: ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଅନ୍ତର୍ଜାତୀୟ ବଜାରରେ ଚାଉଳ ଦର ହୁ ହୁ ହୋଇ ବଢିଛି। ଏସିଆ ବଜାରରେ ଚାଉଳ ଏତେ ମଙ୍ଗା ହୋଇଛି ଯେ ଆମଦାନୀ ମୂଲ୍ୟ ଅଧିକ ପଡ଼ିଯାଉଛି।

ଭାରତ ଚାଉଳ ବନ୍ଦ କରିବା ନେଇ ନିଷ୍ପତ୍ତି ନେବାର ୪ ଦିନ ପରେ ଏସିଆ ବଜାରରେ ଚାଉଳ ମୂଲ୍ୟ ୪-୫ ପ୍ରତିଶତ ବଢ଼ିଯାଇଥିଲା। ଏଥିରେ ଏସିଆରେ ବ୍ୟାପାର ପୂରା ଠପ୍ ପଡ଼ିଯାଇଛି। ଭାରତୀୟ ବ୍ୟାବସାୟୀ ନୂଆ ଚୁକ୍ତିରେ ଆଉ ସ୍ୱାକ୍ଷର କରୁ ନଥିବାରୁ ଖରିଦାରମାନେ ଭିଏତନାମ, ଥାଇଲାଣ୍ଡ ଓ ମ୍ୟାଁମାର ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏହି ଦେଶଗୁଡ଼ିକ ଚାଉଳ ଅଭାବର ଫାଇଦା ନେଇ ମୂଲ୍ୟ ବୃଦ୍ଧି କରୁଛନ୍ତି। କେବଳ ଚାଉଳ ନୁହେଁ, କେତେକ ଅନ୍ୟ କିଷମର ଶଶ୍ୟ ରପ୍ତାନୀ ଉପରେ ୨୦ ପ୍ରତିଶତ କର ଲଗାଯାଇଛି।

ଚଳିତ ବର୍ଷ ଆଶାରୁପ ବର୍ଷା ହୋଇ ନାହିଁ। ଅନେକ ସ୍ଥାନରେ ବର୍ଷା ଅଭାବ ଯୋଗୁ ରୁଆପୋତା ହୋଇପାରି ନାହିଁ। ତେଣୁ ଭାରତରେ ଚାଉଳ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଭାରତ ୧୫୦ରୁ ଅଧିକ ଦେଶକୁ ଚାଉଳ ଯୋଗାଉଛି। ତେଣୁ ଭାରତ ରପ୍ତାନୀ ବନ୍ଦ କରିଦେଲେ ବିଶ୍ୱରେ ଏହାର ପ୍ରଭାବ ଦେଖାଦେଉଛି।

Leave A Reply

Your email address will not be published.