thelifelinemedia
Latest Odisha News, Breaking News Today

ସିକନ୍ଦରାବାଦର ଇ-ବାଇକ୍‌ ଶୋରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଚାଲିଗଲା ଓଡ଼ିଆ ଦମ୍ପତିଙ୍କ ଜୀବନ

ସିକନ୍ଦରାବାଦର ଏକ ଇଲେକ୍ଟ୍ରିକ ଭେଇକିଲ୍‌ ଶୋରୁମରେ ସୋମବାର ରାତିରେ ନିଆଁ ଲାଗି ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କଟକର ଓଡ଼ିଆ ଦମ୍ପତି ମଧ୍ୟ ରହିଛନ୍ତି। ମୃତ ଦମ୍ପତିଙ୍କ ପରିଚୟ ମିଳିଛି। ସେମାନେ ହେଲେ କଟକ କାଫଲା ବଜାର ମହାନ୍ତି ପଡ଼ାର ଚନ୍ଦନ ଜେଠି ଓ ତାଙ୍କ ସ୍ତ୍ରୀ ମିତାଲି ମହାପାତ୍ର ବୋଲି ଜଣା ପଡ଼ିଛି। ଅଗ୍ନିକାଣ୍ଡବେଳେ ସେହି ବିଲଡିଂରେ ପାଖାପାଖି ୨୫ ଜଣ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ନିଆଁରୁ ବର୍ତ୍ତିବା ପାଇଁ ବିଲଡିଂର ଝରକା ଦେଇ ବାହାରକୁ ଡେଇଁଥିବା ବେଳେ ଅନ୍ୟ କିଛି ଲୋକଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ।

ସୋମବାର ରାତି ୧୦ଟାରେ ଇ-ବାଇକ୍‌ ଶୋରୁମରେ ନିଆଁ ଲାଗିଥିଲା। କେହି କିଛି ନବୁଝିବା ପୂର୍ବରୁ ନିଆଁ ପୁରା ବିଲଡିଂରେ ବ୍ୟାପି ଯାଇଥିଲା। ଫଳରେ ଶୋରୁମ୍‌ ଉପରେ ଥିବା ହୋଟେଲ୍‌ କ୍ଷତିଗ୍ରସ୍ତ ହେବା ସହିତ ସେଠାରେ ରହୁଥିବା ଲୋକମାନଙ୍କର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି।  ସିକନ୍ଦରାବଦର ଏହି ଅଗ୍ନିକାଣ୍ଡ ସାରାଦେଶରେ ହୋଇଥିବା ଏଭଳି ପୂର୍ବ ଘଟଣାକୁ ମନେ ପକାଇଦେଇଛି।

Leave A Reply

Your email address will not be published.