thelifelinemedia
Latest Odisha News, Breaking News Today

ପୁଣି ଥରେ ଜ୍ୟାକ୍‌ଲିନଙ୍କୁ ସମନ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖରର ୨୦୦ କୋଟି ଠକାମୀ ମାମଲାରେ ସମ୍ପୃକ୍ତି ନେଇ ଆଜି ପୁଣିଥରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲୀନ ଫର୍ଣ୍ଣାଣ୍ଡିଜଙ୍କୁ ସମନ କରିଛି ଦିଲ୍ଲୀ ପୁଲିସ। ସେପ୍ଟେମ୍ବର ୧୪ ତାରିଖରେ ପୁଲିସ ଆଗରେ ହାଜର ହେବାକୁ ସମନର କୁହାଯାଇଛି। ଏହାକୁ ମିଶାଇ ଜ୍ୟାକ୍‌ଲିନଙ୍କୁ ୩ଥର ସମନ କଲାଣି ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା । ହେଲେ ସମନ ଯିବା ପରେ ସେ ପୁଲିସ ଆଗରେ ଉପସ୍ଥିତ ହେଉ ନାହିଁ।

ପୂର୍ବରୁ ଥରେ ପୁଲିସର ସମନକୁ ଅଣଦେଖା କରିଥିଲେ ଜ୍ୟାକ୍‌ଲନି। ପରେ ଅଗଷ୍ଟ ୨୯ ତାରିଖ ମଧ୍ୟ ତାଙ୍କୁ ସମନ କରି ହାଜର ହେବାକୁ କୁହାଯାଇଥିଲା। ଆଉ ଆଜି ପୁଣିଥରେ ତାଙ୍କୁ ସମନ କରାଯାଇଛି। ସୂଚନା ଅନୁସାରେ ଶୁଟିଂରେ ବ୍ୟସ୍ତ ରହୁଥିବାରୁ ପୁଲିସ ସମନରେ ଆସୁପାରୁ ନାହାନ୍ତି ଅଭିନେତ୍ରୀ। ଏଥିପାଇଁ ବାରମ୍ବାର ସମନକୁ ଟାଳି ଦେଉଛନ୍ତି ବୋଲି କୁହାଯାଉଛି।

Leave A Reply

Your email address will not be published.