thelifelinemedia
Latest Odisha News, Breaking News Today

ଅନୁଷ୍ଠିତ ହେବାକୁ ଯାଉଛି ଦେଶର ପ୍ରଥମ ବିବାହ ବିଚ୍ଛେଦ ଉତ୍ସବ

ଭୋପାଲ ୧୧।୯: ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଅନୁଷ୍ଠିତ ହେବାକୁ ଯାଉଥିବା ଏକ କାର୍ଯ୍ୟକ୍ରମ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି। ସେପ୍ଟେମ୍ବର ୧୮ ତାରିଖ ଦିନ ଭୋପାଲରେ ଏପରି ଏକ ବିବାହ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଥିରେ ବିବାହର ସମସ୍ତ ରିତି ନୀତି ରହିବ, ବ୍ୟାଣ୍ଡ, ବାଜା, ବାରାତି ମଧ୍ୟ ଆସିବ। ହେଲେ ଉତ୍ସବରେ କେଉଁଠି ହେଲେ କନ୍ୟାଙ୍କୁ ଦେଖିବାକୁ ମିଳିବନି। ଶୁଣିବାକୁ ଅଜବ ଲାଗୁଛି ହେଲେ ସତ।

ଭୋପାଳରେ ‘ଭାଇ ୱେଲଫେୟାର ସୋସାଇଟି’ ସେପ୍ଟେମ୍ବର ୧୮ ତାରିଖ ଦିନ ବିବାହ ବିଚ୍ଛେଦ ସମାରୋହର ଆୟୋଜନ କରିବାକୁ ଯାଉଛି। ଯାହା ଠିକ ଏକ ବିବାହ ଉତ୍ସବ ଭଳି ହେବ। ଏଥିରେ ଏକ ବିବାହର ସମସ୍ତ ରିତିରିବାଜର ପାଳନ ମଧ୍ୟ ହେବ। ଉତ୍ସବରେ ଏପରି ଅଧଡଜନ ଲୋକେ ସାମିଲ ହେବେ ଯେଉଁମାନଙ୍କର ବିବାହ ବିଚ୍ଛେଦ ହୋଇସାରିଛି। ଏଥିଲାଗି ବିବାହ ଉତ୍ସବ ଭଳି ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଯାଇ ଏବେ ବଣ୍ଟା ଚାଲିଛି।

Leave A Reply

Your email address will not be published.