ପୂର୍ବତଟ ରେଳବାଇକୁ ଦୁର୍ବଳ କରିବା ପାଇଁ ବିଜେପି ସରକାର ଓ ରେଳ ମନ୍ତ୍ରଣାଳୟର ଯୋଜନାବଦ୍ଧ ଷଢଯନ୍ତ୍ର

ଭୁବନେଶ୍ୱର:ପୂର୍ବତଟ ରେଳବାଇକୁ ଦୁର୍ବଳ କରିବା ପାଇଁ କେନ୍ଦ୍ର ବିଜେପି ସରକାର ଓ ରେଳ ମନ୍ତ୍ରଣାଳୟର ଯୋଜନାବଦ୍ଧ ଷଢଯନ୍ତ୍ର ସଂକ୍ରାନ୍ତରେ ଗର୍ଜିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଇଷ୍ଟ କୋଷ୍ଟ ରେଲୱେ ଠାରୁ ୱାଲଟିୟର ଡିଭିଜନକୁ ଅଲଗା କରି ଆନ୍ଧ୍ରରେ ମିଶାଯିବାର, କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷୀ ଛନ୍ତି ଶ୍ରୀକାନ୍ତ । ଓଡ଼ିଶା ପ୍ରତି ବାରମ୍ବାର ବୈମାତୃକ ମନୋଭାବ ଦେଖାଉଛି କେନ୍ଦ୍ର ସରକାର।ଯେତେବେଳେ ଓଡ଼ିଶାରୁ ୨୦ ଏମପି ସହିତ ଖୋଦ୍ ରେଳ ମନ୍ତ୍ରୀ ବି ଓଡ଼ିଶାର ହେଲେ ଓଡ଼ିଶା ପ୍ରତି ଏ ଷଡ଼ଯନ୍ତ୍ର କାହିଁକି ବୋଲି ସେ ଉଠାଇଛନ୍ତି ପ୍ରଶ୍ନ।
ସେପଟେ ଚନ୍ଦ୍ରବାବୁଙ୍କୁ ଖୁସି କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ଓଡ଼ିଶା ବିରୁଦ୍ଧରେ କରାଯାଉଛି ବୋଲି ବିଜେପି ଉପରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ଶ୍ରୀକାନ୍ତ । ଇଷ୍ଟ କୋଷ୍ଟ ରେଲୱେ ଠାରୁ ୱାଲଟିୟର ଡିଭିଜନକୁ ଅଲଗା କରିବା ମାନେ , ଇଷ୍ଟ କୋଷ୍ଟ ଆଗାମୀ ଦିନରେ ବଡ଼ ଧରଣର ଆର୍ଥିକ କ୍ଷତି ସହିବା ସହିତ, ଶତାଧିକ ଓଡ଼ିଆ ଯୁବକ ହରାଇବେ ଚାକିରି ସେଥିପାଇଁ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତି ବିରୁଦ୍ଧରେ ସବୁ ଦଳ ମିଶି ଆଗାମୀ ଦିନରେ ବଡ଼ ଧରଣ ଆନ୍ଦୋଳନ କରିବା ସହିତ ଦଳ ମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତି ବିରୁଦ୍ଧରେ ସ୍ବର ଉଠାଇବା ଦରକାର ବୋଲି କହିଛନ୍ତି ଶ୍ରୀକାନ୍ତ। ରେଳ ମନ୍ତ୍ରୀଙ୍କ ସହିତ ଏହି ବିଷୟରେ ବି ଖୋଲା ଖୋଲି ଡିବେଟ ପାଇଁ ଆହ୍ବାନ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା।