thelifelinemedia
Latest Odisha News, Breaking News Today

ପୋଲାଭରମ ପ୍ରସଙ୍ଗରେ ତେଜୁଛି ରାଜନୀତି: ମୁହାଁମୁହିଁ ଶାସକ ବିରୋଧୀ 

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ତେଜିବାରେ ଲାଗିଛି ରାଜ୍ୟ ରାଜନୀତି। ବବିରୋଧୀ ବିଜେଡି ଏହାକୁ ନେଇ ଦିଲ୍ଲୀରେ ସ୍ୱର ଶାଣିତ କରିଥିବା ବେଳେ ବିଜେପି ଏହାକୁ ବିରୋଧୀଙ୍କ ରାଜନୀତିଚାଲ ବୋଲି କହିଛି। ବିଜେଡିର ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଯାଇ ପୋଲାଭରମ ପ୍ରସଙ୍ଗରେ ଦାବି ଜଣେଇଛନ୍ତି । ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରିର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯିବ ବୋଲି ବିଜେଡି କହିଛି। ଏହାକୁ ବନ୍ଦ କରାଯାଇ ସ୍ଥିତି ଅନୁଧ୍ୟାନ କରୁ ବୋଲି ବିଜେଡି କହିଛି।

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେପି । ପୋଲାଭରମ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ । ବିରୋଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଥର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି । ବିଜେପି ସରକାର ଓଡ଼ିଶା ସ୍ବାର୍ଥ ରକ୍ଷା ପାଇଁ ବଦ୍ଧ ପରିକର। କେବଳ ନିଜର ରାଜନୈତିକ ରୁଟି ସେକିବା ପାଇଁ କପୋଳକଳ୍ପିତ ଶବ୍ଦ ବ୍ୟବହାର କରୁଛନ୍ତି ବିରୋଧୀ। ଏହାକୁ ରାଜ୍ୟବାସୀ କେବେ ଗ୍ରହଣ କରିବେ ନାହିଁ ବୋଲି ବିଜେପି କହିଛି।

Leave A Reply

Your email address will not be published.