thelifelinemedia
Latest Odisha News, Breaking News Today

କେସିଆରଙ୍କ ବଡ଼ ଘୋଷଣା- ଖୁବଶୀଘ୍ର ରାଷ୍ଟ୍ରୀୟ ଦଳର କରିବେ ଶୁଭାରମ୍ଭ

ହାଇଦ୍ରାବାଦ: ତେଲେଙ୍ଗାନା ରାଷ୍ଟ୍ର ସମିତିର ଅଧ୍ୟକ୍ଷ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଖୁବଶୀଘ୍ର ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବେ। ରବିବାର ଏନେଇ ନିଜେ ମୁଖ୍ୟମନ୍ତ୍ରୀ କେସିଆର ଘୋଷଣା କରିଛନ୍ତି । ଖୁବଶୀଘ୍ର ଏକ ରାଷ୍ଟ୍ରୀୟ ଦଳ ଶୁଭାରମ୍ଭ କରିବେ ବୋଲି ସେ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଶନିବାର ଦଳର ନେତା ତାଙ୍କୁ ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବା ପାଇଁ ଆହ୍ୱାନ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, କେସିଆରଙ୍କ ଘୋଷଣା ଦଳର ନେତାଙ୍କ ସଂକେତ ପରେ ଆସନ୍ତା ଦଶହରା ଉତ୍ସବରେ କେସିଆର ନୂଆ ରାଷ୍ଟ୍ରୀୟ ଦଳର ଘୋଷଣା କରିପାରନ୍ତି । ତେବେ ଏହାକୁ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ।

ଚଳିତ ବର୍ଷ ଜୁନ ମାସରେ କେସିଆର ନିଜ ଦଳର ନେତାଙ୍କ ସହ ଆଲୋଚନା କରି ଏକ ରାଷ୍ଟ୍ରୀୟ ଦଳ ଗଠନ କରିବା ଉପରେ ଆଲୋଚନା କରିଥିଲେ। ତେବେ ସେହି ସମୟରେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନଥିଲା। ସେହି ସମୟରେ ଟିଆରଏସର ସୂତ୍ର ଅନୁସାରେ, ନୂଆ ପାର୍ଟିର ନାଁ ପାଇଁ ଭାରତ ରାଷ୍ଟ୍ରୀୟ ସମିତି, ଉଜ୍ଜଳ ଭାରତ ପାର୍ଟି ଏବଂ ନୂଆ ଭାରତ ପାର୍ଟି ପରି କିଛି ନାଁ ଉପରେ ଚର୍ଚ୍ଚା କରାଯାଇଥିଲା।

Leave A Reply

Your email address will not be published.