ବିପଦରେ କୋଣାର୍କ ପୁରୀ ମେରାଇନ୍ ଡ୍ରାଇଭ ରାସ୍ତା

କୋଣାର୍କ ୧୧/୦୯: କୋଣାର୍କ ପୁରୀ ମେରାଇନ୍ ଡ୍ରାଇଭ ରାସ୍ତା ଏବେ ବିପଦରେ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ପୂର୍ଣ୍ଣିମା ଯୁଆର ଯୋଗୁଁ ସମୂଦ୍ରରେ ବଡ଼ ଲହରୀ ଆସି ମେରାଇନଡ୍ରାଇଭ୍ ରାସ୍ତାକୁ କ୍ଷୟ କରିବାରେ ଲାଗିଛି। ଫଳରେ ଅନେକ ବିଦ୍ୟୁତ ଖୁଣ୍ଟ ଏବେ ସମୂଦ୍ର ଗର୍ଭରେ ଲିନ ହେବାକୁ ବସିଛି। ଏପଟେ ଲହଡି ଯୋଗୁ ପୁରୀ-କୋଣାର୍କ ରାସ୍ତାରେ ପର୍ଯ୍ୟଟକ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ରାସ୍ତା କଡରେ ସମୁଦ୍ର ପାଣି ମାଡ଼ ହେଉଛିl
ରାମଚଣ୍ଡୀ ସାହୁଖଣତାରୁ ଚନ୍ଦ୍ରଭଗା ବେଳାମାର୍ଗ ରାସ୍ତାରେ ଏବେ ସମୁଦ୍ରର ଅଶାନ୍ତ ଜୁଆର ଘନ ଘନ ମାଡ ହୋଇ ଅତଡା ଖାଉଥିବାରୁ ଏବେ ପୁରୀ-କୋଣାର୍କ ବେଳାମାର୍ଗ ରାସ୍ତା ସମୁଦ୍ରରେ ଲୀନ ହେବା ଆଶଙ୍କା ଦେଖାଦେଇଛି। ଗତ ୨ ଦିନ ହେବ ଚନ୍ଦ୍ରଭଗା ପୁରୀ ବେଳମାର୍ଗ ମୁଖ୍ୟରାସ୍ତା ଇକୋ ରିଟ୍ରିଟ ପାଖ ସମୁଦ୍ର ସୁଉଚ୍ଚ ଜୁଆର ମାଡ଼ି ଆସି ରାସ୍ତା ଉପରେ ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଫଳରେ ସମୁଦ୍ର କୂଳରେ ୩୩ କେଭିର ବିଦ୍ୟୁତ ଖୁଣ୍ଟି ଗୁଡିକ ରାସ୍ତାକଡ଼ ଜୁଆରମାଡ଼ ଖାଇ ନଷ୍ଟ ହେବାକୁ ବସିଛି।