ଫେବ୍ରୁଆରୀ ୧୮ରୁ ଯୁକ୍ତ ୨ ପରୀକ୍ଷା: ପରୀକ୍ଷା ସରିବାର ୪୫ ଦିନ ଭିତରେ ଫଳାଫଳ

ଭୁବନେଶ୍ୱର: ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଚଳିତ ବର୍ଷ ପାଖାପାଖି ୩ ଲକ୍ଷ ୯୧୮୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୨୨ ଦିନ ଧରି ଚାଲିବ ପରୀକ୍ଷା। ଚଳିତ ବର୍ଷ ପ୍ରଥମ ଥର ପାଇଁ Non Practical ବିଷୟ ପାଇଁ ୨୦ ମାର୍କର internal assesment ରଖାଯାଇଛି। ବିଭିନ ଯୁକ୍ତ ଦୁଇ ସ୍କୁଲ ଅନଲାଇନରେ ପିଲାଙ୍କ ମାର୍କ CHSE କୁ ପଠାଇବେ। Non Practical ପରୀକ୍ଷା ୮୦ ମାର୍କର କରାଯିବ । CBSE ପାଟର୍ନ ପରି MCQ ବା Objective Questions କୁ ଗୁରୁତ୍ୱ ଦିଆଯାଇଛି । ୩୦ ପ୍ରତିଶତ ପ୍ରଶ୍ନ Objective ରହୁଛି। ୧୧୬୦ଟି ପରୀକ୍ଷା କେନ୍ଦ୍ର ରହିଛି। ୧୧୦ Upgraded Higher Secondary School ରହିଛି। ପରୀକ୍ଷା ପରିଚାଳନା ସୁଚାର ରୂପରେ କରିବା ପାଇଁCCTV ଲଗା ଯାଇଛି। ପ୍ରତି କେନ୍ଦ୍ର ରେ ସିସିଟିଭି ରହିଛି। ଚଲିତ ବର୍ଷ ୫୦୦ ସେଣ୍ଟରକୁ live steaming କରାଯାଇଛି। ପରୀକ୍ଷା ସରିବାର ୪୫ ଦିନ ଭିତରେ ଫଳାଫଳ ପ୍ରକାଶ ପାଇବ।