ବାରଙ୍ଗରେ ଲଜ୍ଜା: ଶିଶୁ କନ୍ୟାକୁ ଦୁଷ୍କର୍ମ

କଟକ: କଟକ ବାରଙ୍ଗ ସ୍ଥିତ ତ୍ରିସୁଳିଆରେ ଲଜ୍ଜା। ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ। ଯାହାକୁ ନେଇ ପୁରା ରାଜ୍ୟରେ ଖେଳି ଯାଇଛି ଚାଞ୍ଚଲ୍ୟ। ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ପରିବେଶ।ପୀଡିତା ଶିଶୁ କଟକ ଶିଶୁଭବନ ରେ ଚିକିତ୍ସା ଲାଗି ଭର୍ତି। ପୀଡିତାଙ୍କ ପରିବାର ପକ୍ଷରୁ ଏ ନେଇ ଥାନାରେ ମାମଲା ଦିଆଯାଇଛି ।ପୀଡିତା ଶିଶୁ କନ୍ୟାର ବାପା ମା ଏକ ଇଟା ଭାଟି ରେ କାମ କରନ୍ତି।ସେମାନେ ନୟାଗଡ଼ ଅଞ୍ଚଳର ମୂଳନିବାସୀ ବୋଲି ଜଣା ପଡ଼ିଛି।
୬ ବର୍ଷ ଝିଅକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ବାରଙ୍ଗ ଥାନାରେ ଏନେଇ ମାମଲା ହୋଇଛି। ପୋଲିସ ଘଟଣାକୁ ଗୁରୁତର ନେଇ ତନାଘନା ଚଳାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଅଭିଯୁକ୍ତ ଝାଡ଼ଖଣ୍ଡ ଅଞ୍ଚଳର। ବାରଙ୍ଗ ତ୍ରିଶୂଳିଆ ଅଞ୍ଚଳରେ ରହି କାମ କରୁଛି । ପୋଲିସ ଅଭିଯୁକ୍ତକୁ ଧରିବା ବିଭିନ୍ନ ସ୍ଥାନରେରେ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛି।ଅନ୍ୟପଟେ ପୀଡିତାଙ୍କୁ ଅଧିକ ଚିକିତ୍ସା ଲାଗି ଶିଶୁଭବନରୁ କଟକ ଏସିବିକୁ ସ୍ଥାନାନ୍ତର କରାଯାଇଛି।