thelifelinemedia
Latest Odisha News, Breaking News Today

ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ହନି ସିଂହ

ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ୟୋ ୟୋ ହନି ସିଂହ ଓ ତାଙ୍କ ପତ୍ନୀ ଶାଲିନୀ ତଲୱାରଙ୍କ ମଧ୍ୟରେ ଛଡ଼ାପତ୍ର ହୋଇଛି। ଏହି ଛାଡ଼ପତ୍ର ପାଇଁ ହନି ସିଂହ ୧ କୋଟି ଟଙ୍କା ଭରଣପୋଷଣ ରାଶି ଦେଇଥିବା ସୂଚନା ମିଳିଛି। ୨୦୨୧ରେ ଶାଳିନୀ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସା କରୁଥିବା ଅଭିଯୋଗ ଆଣିଥିଲେ। ଏହାପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ହନି ସିଂହ ଶାଳିନୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଥିଲେ।

ଆଜି ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେଇଥିବା ସୂଚନା ମିଳିଛି। ଏଥିପାଇଁ ଶୁକ୍ରବାର ହନି ଓ ଶାଳିନୀ ଆଜି ଦିଲ୍ଲୀର ସାକେତ୍ କୋର୍ଟରେ ପହଞ୍ଚିଥିଲେ। ମଧ୍ୟସ୍ଥତାରେ ଛାଡ଼ପତ୍ର ପରେ ଭରଣପୋଷଣ ବାବଦକୁ ଖର୍ଚ୍ଚ କଥା ଉଠିଥିଲା। ହନି ସିଂହ ୧ କୋଟି ଟଙ୍କା ଦେଇଥିବା ସୂଚନା ମିଳିଛି।

ଏହା ପୂର୍ବରୁ ପତ୍ନୀଙ୍କ ଅଭିଯୋଗ ପରେ ହନି ସିଂହ ସୋସିଆଲ୍ ମିଡିଆରେ ବୟାନ ଜାରି କରି ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ମୋ ଛବି ଖରାପ କରିବାକୁ ଏଭଳି ଅଭିଯୋଗ କରାଯାଇଛ ବୋଲି ହନିଂ ସିଂହ କହିଥିଲେ।

Leave A Reply

Your email address will not be published.